ETV Bharat / bharat

କୋରୋନା ଭୟ: ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ଭାରତୀୟ

author img

By

Published : Mar 28, 2020, 8:27 AM IST

ଦୁବାଇ ଏୟାରପୋର୍ଟରେ 22 ଜଣ ଭାରତୀୟ ଅଟକି ରହିଛନ୍ତି । ମାର୍ଚ୍ଚ 18 ରୁ ଏମାନେ ସେଠାରେ ଫସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କୋରୋନା ଭୟ: ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ଭାରତୀୟ
କୋରୋନା ଭୟ: ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ଭାରତୀୟ

ଦୁବାଇ: ବିଶ୍ବର ପ୍ରାୟ ସମସ୍ତ ଦେଶକୁ କବଳିତ କରିସାରିଛି କୋରୋନା । ଫଳରେ ସଂକ୍ରମଣ ରୋକିବାକୁ ଅଧିକାଂଶ ଦେଶ ଲକଡାଉନ ଘୋଷଣା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଭାରତ ମଧ୍ୟ ବିଭିନ୍ନ ଦେଶ ସହ ସମସ୍ତ ପ୍ରକାର ବିମାନ ସେବା ବାତିଲ କରିଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ କିଛି ଭାରତୀୟ ଫସି ରହିଥିବା ସୂଚନା ମିଳିଛି ।

ଖବର ଅନୁସାରେ ଦୁବାଇ ଏୟାରପୋର୍ଟରେ 22 ଜଣ ଭାରତୀୟ ଅଟକି ରହିଛନ୍ତି । ମାର୍ଚ୍ଚ 18ରୁ ଏମାନେ ସେଠାରେ ଫସିଥିବା ଜଣାପଡିଛି । ସ୍ବଦେଶ ଫେରିବାକୁ ଏହି ଭାରତୀୟମାନେ ଉଦ୍ୟମ କରୁଥିବାବେଳେ ସରକାର ହଠାତ ସମସ୍ତ ପ୍ରକାର ଉଡାଣ ବାତିଲ ଘୋଷଣା କରିଥିଲେ । ଫଳରେ ଏମାନଙ୍କ ଟିକେଟ ବାତିଲ ହେବା ସହ ସେଠାରେ ଅଟକି ରହିଥିଲେ । ସେହିପରି ୟୁଏଇ ସରକାର ମଧ୍ୟ ସୋମବାର ଠାରୁ ଦେଶର ସମସ୍ତ ପ୍ରକାର ବିମାନ ସେବା ବାତିଲ କରିଛନ୍ତି ।

ତେବେ ଭାରତୀୟଙ୍କୁ ସୁରୁଖୁରୁରେ ସ୍ବଦେଶ ଫେରାଇବାକୁ ଅଣ୍ଟା ଭିଡିଛନ୍ତି ୟୁଏଇ ସରକାର । ଭାରତୀୟ ଦୂତାବାସ ଓ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲଗାତାର ଏହି ବିଷୟ ଉପରେ ଆଲୋଚନା ଚାଲିଛି । ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏପର୍ଯ୍ୟନ୍ତ ଭାରତୀୟ ସରକାର ନାଗରିକଙ୍କୁ ଫେରାଇବାକୁ କୌଣସି ଅନୁମତି ଦେଇନାହାନ୍ତି । ୟୁଏଇ ସରକାରଙ୍କ ସହ ସମ୍ପର୍କରେ ରହିବା ସହ ଏନେଇ ଆଲୋଚନା ଜାରି ରହିଛି । କୌଣସି ବିକଳ୍ପ ବ୍ୟବସ୍ଥା ଦ୍ବାରା ଯଦି ସେମାନଙ୍କୁ ଅଣାଯାଇପାରିବ ତେବେ ଖୁବଶିଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି ଦୂତାବାସ ପ୍ରକାଶ କରିଛି ।

ସେପଟେ ଅଟକ ଥିବା ଭାରତୀୟ ଆଶା ରଖିଛନ୍ତି ଯେ ସରକାର ଖୁବଶିଘ୍ର ସେମାନଙ୍କ ଉଦ୍ଧାର ଲାଗି ଉପାୟ ବାହାର କରିବେ । ଏହି ସମସ୍ତ ଭାରତୀୟ ୟୁରୋପ ଗସ୍ତ ଓ ଅଷ୍ଟ୍ରେଲିଆର ସିଡନୀରୁ ଆସି ଦୁବାଇରେ ପହଞ୍ଚିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା କୋରୋନା ମହାମାରୀ ଘୋଷଣା ପରେ ଅଧିକାଂଶ ରାଷ୍ଟ୍ର ନିଜର ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଉଡାଣ ବାତିଲ କରିଛନ୍ତି । ଫଳରେ ବିଭିନ୍ନ ଦେଶରେ ଅନେକ ପ୍ରବାସୀ ନାଗରିକ ଦୁବାଇ ଏୟାରପୋର୍ଟରେ ଅଟକି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.