ETV Bharat / bharat

5 ଦିନର ସଂଘର୍ଷ ପରେ ଆଖି ବୁଜିଲା 2 ବର୍ଷର ଶିଶୁ - ndrf

5 ଦିନର ଜୀବନ ମରଣ ସହ ସଂଘର୍ଷ ପରେ ଆଖି ବୁଜିଲା 2 ବର୍ଷର ଶିଶୁ ଫତେହବୀର । ପଞ୍ଜାବ ସଙ୍ଗୁରରରେ ତାଙ୍କ ଘର ସାମନାରେ ଥିବା ବୋରୱେଲରେ ଖସିପଡିଥିଲା ଶିଶୁପୁତ୍ର।

ଫାଇଲ ଫଟୋ
author img

By

Published : Jun 11, 2019, 9:35 AM IST

ଚଣ୍ଡିଗଡ: ଚିକିତ୍ସା ଚାଲିଥିବା ବେଳେ ପ୍ରାଣ ହରାଇଲା ପଞ୍ଜାବ ଭଗବାନପୁରା ସଙ୍ଗରୁରର 2 ବର୍ଷର ଶିଶୁ ଫତେହବୀର । ଆଜି ସକାଳୁ ତାକୁ ଅନେକ ଚେଷ୍ଟା ପରେ ଏନଡିଆରଏଫ ଟିମ ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ହେଲେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସେ ଆଖିବୁଜିଛନ୍ତି । ତାଙ୍କର ମୃତ୍ୟୁ ପରିବାର ସହ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି ।

ପାଞ୍ଚଦିନର ସଂଘର୍ଷ ପରେ ଶେଷରେ ସେ ହାରିଯାଇଛନ୍ତି । ଆଉ ଜନ୍ମଦିନର ଗୋଟିଏ ଦିନ ପରେ ସେ ପରିବାରକୁ ଛାଡି ଚାଲିଗଲେ । ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗୁରୁବାର ଠାରୁ ଘର ସାମନା ଥିବା 150 ଫୁଟ ଗଭୀର ବୋରୱେଲରେ ଫସିଥିବା ଖବର ପାଇ ପୋଲିସ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନଡିଆରଏଫ ଟିମ ଶିଶୁକୁ ଖାଦ୍ୟ ଏବଂ ପାନୀୟ ଯୋଗାଇବା ପାଇଁ ଉଦ୍ୟମ କରିଥିଲେ, ହେଲେ ଏହା ସମ୍ଭବ ହୋଇନଥିଲା । ପିଲାଟି ପାଖରେ କେବଳ ଅକ୍ସିଜେନ ପହଞ୍ଚିପାରିଥିଲା । 5 ଦିନ ଧରି କେବଳ ଅକ୍ସିଜେନରେ ବଞ୍ଚିବା ପରେ ସେ ଆଜି ଶେଷରେ ଆଖି ବୁଜିଛି ।

Intro:Body:

htrj

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.