ETV Bharat / bharat

ତ୍ରିପୁରାର 2 ଆଦିବାସୀ ଯୁବତୀଙ୍କୁ ଆସାମରେ ଗଣଦୁଷ୍କର୍ମ, 6 ଅଭିଯୁକ୍ତ ଗିରଫ - ତ୍ରିପୁରା ଯୁବତୀଙ୍କୁ ଗଣଦୁଷ୍କର୍ମ

ଆସାମରୁ କ୍ୟାନସର ପୀଡିତା ମା'ଙ୍କୁ ଦେଖା କରି ବିଳମ୍ବିତ ରାତ୍ରିରେ ଫେରୁଥିବା ସମୟରେ ଗତ ଶୁକ୍ରବାର ରାଜ୍ୟର ନିଲମବଜାର ନିକଟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Two Tripura girls gangraped in Assam, 6 arrested
2 ତ୍ରିପୁରା ଆଦିବାସୀ ଯୁବତୀଙ୍କୁ ଆସାମରେ ଗଣଦୁଷ୍କର୍ମ, 6 ଅଭିଯୁକ୍ତ ଗିରଫ
author img

By

Published : Nov 16, 2020, 2:16 PM IST

ଦିସପୁର:ତ୍ରିପୁରାର 2 ଆଦିବାସୀ ଯୁବତୀ ଆସାମରେ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ମା'କୁ ଦେଖା କରି ଫେରିବା ସମୟରେ ଗତ ଶୁକ୍ରବାର ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହିତ 2 ଜଣଙ୍କୁ ଗିରଫ କରିଛି ।

ଆସାମର କରିମଗଞ୍ଜ ଜିଲ୍ଲା ନିଲମବଜାର ଅଞ୍ଚଳରେ ଗତ ଶୁକ୍ରବାର ଏହି ଘଟଣା ଘଟିଛି । ତ୍ରିପୁରାର 2 ଆଦିବାସୀ ଯୁବତୀ ଆସାମରେ ଚିକିତ୍ସିତ ମା'ଙ୍କୁ ଦେଖା କରି ଏକ ଭଡା କାରରେ ବିଳମ୍ବିତ ରାତ୍ରିରେ ଫେରୁଥିଲେ । ସେହି କାରରେ ପୂର୍ବରୁ ଜଣେ ବ୍ୟକ୍ତି ମଧ୍ୟ ରହିଥିଲା । ଗାଡିଚାଳକ କମ ସମୟ ଲାଗୁଥିବା ଏକ ରାସ୍ତାରେ ନେଇଯିବା କହି ନିଲମବଜାରରେ ଥିବା ଏକ ନିର୍ମାଣଧୀନ ଘରକୁ ନେଇଯାଇଥିଲା ।

ତେବେ ପୂର୍ବରୁ ସେଠାରେ ଆଉ 4 ଜଣ ବ୍ୟକ୍ତି ରହିଥିଲେ । 2 ଜଣ ଯୁବତୀଙ୍କ ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଅଭିଯୁକ୍ତମାନେ ଯୁବତୀଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲେ । ପରେ ପୀଡିତା 2 ଜଣ ଏକ ଟ୍ରକ୍‌ ଯୋଗେ ପଥରକଣ୍ଡି ପୋଲିସ ଷ୍ଟେସନରେ 6 ଜଣ ଅଭିଯୁକ୍ତଙ୍କ ନାମରେ ଏତଲା ଦେଇଥିଲେ ।

ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ଘଟଣା ଘଟିଥିବା ସ୍ଥଳକୁ ଯାଇ ତଦନ୍ତ କରିଥିଲା । ଅବଦୁଲ ଅହଦ ନାମକ ଜଣେ ଅଭିଯୁ୍କ୍ତକୁ ନିକଟସ୍ଥ ଏକ କାର୍ଯ୍ୟାଳୟରୁ ପୋଲିସ ଗିରଫ କରିଛି । ଅନ୍ୟ 5 ଜଣ ଅଭିଯୁକ୍ତ ଅବୁ ବକ୍କର, ଅମିର ଅଲ୍ଲି, ସୁମନ ଅଲ୍ଲି, ସାମସୁଲ ଉଦ୍ଦିନ ଓ ଅନୱର ହୁସେନଙ୍କୁ ମଧ୍ୟ ପୋଲିସ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଗତ ଶନିବାର ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.