ETV Bharat / bharat

ପଶ୍ଚିମବଙ୍ଗରେ ଡବଲ ମର୍ଡର, ଟିଏମସିର 2 ନେତାଙ୍କୁ ହତ୍ୟା ଅଭିଯୋଗ

author img

By

Published : Jun 11, 2020, 12:35 PM IST

ରାଜ୍ୟର ଦକ୍ଷିଣ 24 ପରଗନା ଓ ବର୍ଦବାନ ଜିଲ୍ଲାରେ 2ଟି ମର୍ଡର ଘଟିଛି । ଉଭୟ ମୃତକ ଟିଏମସି ନେତା ବୋଲି ଜଣାପଡିଛି । ତେବେ ନିଜ ଦଳର କର୍ମୀଙ୍କ ଦ୍ବାରା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଡବଲ ମର୍ଡର, ଟିଏମସିର 2 ନେତାଙ୍କୁ ହତ୍ୟା ଅଭିଯୋଗ
ପଶ୍ଚିମବଙ୍ଗରେ ଡବଲ ମର୍ଡର, ଟିଏମସିର 2 ନେତାଙ୍କୁ ହତ୍ୟା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ବୁଧବାର ପୃଥକ ହିଂସା ଘଟଣାରେ ଦୁଇ ଜଣ ଟିଏମସି ନେତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ରାଜ୍ୟର ଦକ୍ଷିଣ 24 ପରଗନାରେ ଗୋଟିଏ ହତ୍ୟା ଘଟିଥିବା ବେଳେ ବର୍ଦବାନ ଜିଲ୍ଲାରେ ଅନ୍ୟ ଏକ ଘଟଣା ଘଟିଥିବା ଜଣାପଡିଛି । ବିରୋଧୀ ଦଳଙ୍କ କହିବାନୁସାରେ, ଉଭୟ ହତ୍ୟାକାଣ୍ଡ ଟିଏମସିର ଯୁବ ଶାଖା କ୍ଷେତ୍ରକୁ ନିୟନ୍ତ୍ରଣ କରିବା କରିବା ପାଇଁ ଦଳଗତ ସଂଘର୍ଷର ଏହା ପରିଣାମ।

ଘଟଣାରେ ତୃଣମୂଳ କଂଗ୍ରେସ, ଦଳଗତ ସଂଘର୍ଷକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆକ୍ରମଣ ପାଇଁ ବିରୋଧୀ ଦଳ ଉପରେ ଅଭିଯୋଗ ଆଣିଛି । ଦକ୍ଷିଣ 24 ପରଗନାରେ ଏହି ଘଟଣା ସେତବଳେ ଘଟିଥିଲା, ଯେତେବେଳେ 56 ବର୍ଷିୟ ଆମୀର ଅଲ୍ଲି ଖାନ ଜିଲ୍ଲାର ବସନ୍ତୀ ଅଞ୍ଚଳରେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସିଯିବା ପୂର୍ବରୁ ବୋମା ଫୋପାଟି ଦେଇଥିବା କାରଣରୁ ଅନ୍ୟ 3 ଜଣ ମଧ୍ୟ ଆହତ ହୋଇଥିବା ସେ କହିଛନ୍ତି । ଏହି ଘଟଣା ପରେ ଅନେକ ସ୍ଥାନୀୟ ଯୁବକ ଟିଏମସି ନେତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଏହାପରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ଯୁବକଙ୍କ ଘରୁ କିଛି ଅଫୁଟା ବୋମା ଜବତ କରିଛି।

ଅନ୍ୟ ଏକ ଘଟଣାରେ ପୂର୍ବ ବର୍ଦବାନ ଜିଲ୍ଲାର ଲଖୀପୁର ଅଞ୍ଚଳରେ ଟିଏମସିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ମୃତ ଯୁବକ ହେଲେ ଗୌତମ ଦାସ । ସେ ଟିଏମସିର ଯୁବ ଓ୍ବିଙ୍ଗ ସଦସ୍ୟ ଥିଲେ।

ପୋଲିସର ସୂଚନାନୁସାରେ, ସକାଳେ ଟିଏମସିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଯାହାଦ୍ବାରା ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଘଟଣାରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ରାଜ୍ୟରେ ଚାଲିଥିବା ଅରାଜକତାକୁ ପ୍ରମାଣ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.