ETV Bharat / bharat

ଭୂସ୍ବର୍ଗରୁ ଧରାପଡୁଛନ୍ତି ଆତଙ୍କୀ, ପୁଣି 2 ଗିରଫ - ମିଳିତ ଅପରେସନ

ଗିରଫ ଆତଙ୍କୀଙ୍କ ପାଖରୁ ଅନେକ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି । ଏହା ମଧ୍ୟରେ ବନ୍ଧୁକ ସମେତ ଯୁଦ୍ଧ ପାଇଁ ଉସୁକାଇବା ଭଳି ବହି ମଧ୍ୟ ସାମିଲ ଅଛି ।

ଫାଇଲ ଫଟୋ
author img

By

Published : Aug 27, 2019, 2:28 PM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଅପରେସନ ଜୋରଦାର ହେଉଛି । ବିଭିନ୍ନ ଜାଗାରେ କଟକଣା ଲାଗୁ ଯୋଗୁଁ ନିଜ ଯୋଜନା ସଫଳ କରିପାରୁନାହାନ୍ତି ଆତଙ୍କବାଦୀ । ଫଳରେ ଅନେକ ଆତଙ୍କବାଦୀଙ୍କୁ ସେନା ଗିରଫ କରିବାରେ ସଫଳ ହେଉଛି ।

ଆଜି ପୁଣି ବାରମୂଳା ଜିଲ୍ଲାରୁ ପୋଲିସ 2 ଜଣ ଆତଙ୍କୀଙ୍କୁ ଗିରଫ କରିଛି । CRPFର 53 ବାଟାଲିୟାନ, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସେନା ପକ୍ଷରୁ ଏକ ମିଳିତ ଅପରେସନ କରାଯାଇଥିଲା । ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇବା ପରେ ପୋଲିସ ପକ୍ଷରୁ ଏହି ଅଭିଯାନ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ହାତରେ ଏହି 2 ଆତଙ୍କୀ ଧରା ପଡିଥିଲେ । ତେବେ ଏମାନେ କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ନଥିବା ଜଣାପଡିଛି ।

ଗିରଫ ଆତଙ୍କୀଙ୍କ ପାଖରୁ ଅନେକ ଯୁଦ୍ଧ ସାମଗ୍ରୀ ଜବତ ହୋଇଛି । ଏହା ମଧ୍ୟରେ ବନ୍ଧୁକ ସମେତ ଯୁଦ୍ଧ ପାଇଁ ଉସୁକାଇବା ଭଳି ବହି ମଧ୍ୟ ସାମିଲ ଅଛି । ପ୍ରାଥମିକ ସୂଚନାରୁ ଉପତ୍ୟକାରେ କାଶ୍ମୀର ଯୁବକଙ୍କୁ ସେନା ବିରୋଧରେ ମାତିବା ଲାଗି ଏହି 2 ଆତଙ୍କବାଦୀ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଗତ ଏକ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ହାତରେ ପ୍ରାୟ 10 ଆତଙ୍କବାଦୀ ଧରା ପଡିଥିବାବେଳେ ଅନେକ ସେନା ଏନକାଉଣ୍ଟରରେ ନିହତ ମଧ୍ୟ ହୋଇଛନ୍ତି ।

Jammu terrorist
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

କାଶ୍ମୀରରେ ଅଶାନ୍ତ ସୃଷ୍ଟି କରିବା ଲାଗି ଏହି ଆତଙ୍କବାଦୀ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ବିଶେଷ କରି ଧାରା 370 ଉଚ୍ଛେଦ ପରେ ଏମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ଜାଗାରେ କଟକଣା ଜାରି କରାଯିବା ସହ ବିପୁଳ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଅନେକ ସମ୍ବେଦନଶୀଳ ଜାଗାରେ ପୋଲିସ ଚେକିଂ କରିବା ସହ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛି ।

Intro:Body:

ପାପ ଧୋଇବା ପାଇଁ କୁମ୍ଭ ସ୍ନାନ କରୁଛନ୍ତି ଯୋଗୀ ସରକାର: ୟୁପି ମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ । ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରୁ ଅଧିକ ଆସନ ବିଜୟ ଲକ୍ଷ୍ୟରେ ଏସପି-ବିଏସପି ପରି ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି ହୋଇଛନ୍ତି । ଫଳରେ ବିଗତ ଲୋକସଭାରେ ବିଜେପିକୁ ଯେଉଁ ସଫଳତା ମିଳିଥିଲା, ସେଥିରେ ଏବେ କଣ୍ଟା ସାଜିବେ ଏସପି-ବିଏସପି । ଅନ୍ୟପଟେ ବିଜେପି ନିଜ ସହଯୋଗୀଙ୍କ ଅସନ୍ତୋଷର ଶିକାର ହେଉଛି । ବର୍ତ୍ତମାନ ୟୁପିରେ ବିଜେପିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ପ୍ରମୁଖ ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ପୁଣିଥରେ ବିଜେପିକୁ ସମାଲୋଚନା କରିଛନ୍ତି ।

ପ୍ରୟାଗରାଜରେ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଗଙ୍ଗା ସ୍ନାନ କରିଥିଲେ । ତାହାକୁ ନେଇ କଟାକ୍ଷ କରିଛନ୍ତି ରାଜଭର । ଯୋଗୀ ସରକାର ନିଜ ପାପ ଧୋଇବା ପାଇଁ କୁମ୍ଭରେ ଗଙ୍ଗା ସ୍ନାନ କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଯୋଗୀ ସରକାର ଏସପି-ବିଏସପି ତୁଳନାରେ ଚାରି ଗୁଣ ଅଧିକ ଦୁର୍ନୀତିଗ୍ରସ୍ତ । 

କେନ୍ଦ୍ର ସରକାର ଅଯୋଧ୍ୟାରେ ଅଧିଗୃହୀତ ଜମିକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଯାହାକୁ ନେଇ ରାଜଭର କହିଛନ୍ତି ଯେ ଏହା ଜନତାଙ୍କୁ ବୋକା କରିବା ପାଇଁ ପ୍ରଚେଷ୍ଟା କରାଯାଇଛି । ଏହାପୂର୍ବରୁ ଓମ ପ୍ରକାଶ ରାଜଭର କହିଥିଲେ ଯଦି ମୋଦି ସରକାର ନିଜ ପ୍ରତିଶ୍ରୁତି ପୂରଣ ନ କଲେ ୟୁପିର ସମସ୍ତ ୮୦ଟି ଆସନରେ ନିଜ ଦଳର ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବେ । ବିଜେପି ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନକୁ ଆଉ ୮୦ ଦିନ ବାକି । ଏହି ସଂରକ୍ଷଣ କେବେ ଲାଗୁ କରିବ ବୋଲି ସେ ପ୍ରଶ୍ନ କରିଥିଲେ । ବିଜେପି ଯଦି ନିଜ ପ୍ରତିଶ୍ରୁତି ପୂରଣ ନ କରିବ ତେବେ ଆମେ ଫେବୃଆରୀ ୨୫ରେ ନିଜ ପ୍ରାର୍ଥୀଙ୍କ ସୂଚୀ ଜାରି କରିବୁ ବୋଲି ସେ କହିଥିଲେ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.