ETV Bharat / bharat

ଯୁବକଙ୍କୁ ମାଡମାରି ଚାକିରୀରୁ ହାତ ଧୋଇଲେ ଦୁଇ ପୋଲିସ କର୍ମୀ - Two police suspended in agra

ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ ପୋଲିସର ବର୍ବରତା ଚେହେରା ସାମ୍ନାକୁ ଆସିଛି । ଜଣେ ବେପାରୀ ଔଷଧ ନେଇ ଘରକୁ ଫେରୁଥିବା ବେଳେ ପୋଲିସ କର୍ମୀମାନେ ତାଙ୍କୁ ପ୍ରବଳ ମାଡ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ଦୁଇ ପୋଲିସ କର୍ମୀଙ୍କୁ ଚାକିରୀରୁ ହାତ ଧୋଇବାକୁ ପଡିଛି ।

suspend
ଯୁବକଙ୍କ ମାଡ ମାରି ଚାକିରୀରୁ ହାତ ଧୋଇଲେ ଦୁଇ ପୋଲିସ କର୍ମୀ
author img

By

Published : May 28, 2020, 11:32 AM IST

ଲକ୍ଷ୍ନୌ: ବେପାରୀଙ୍କୁ ମାଡ ମାରି ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ । ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ ପୋଲିସର ବର୍ବରତା ଚେହେରା ସାମ୍ନାକୁ ଆସିଛି । ଜଣେ ବେପାରୀ ଔଷଧ ନେଇ ଘରକୁ ଫେରୁଥିବା ବେଳେ ପୋଲିସ କର୍ମଚାରୀମାନେ ତାଙ୍କୁ ପ୍ରବଳ ମାଡ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ଦୁଇ ପୋଲିସ କର୍ମୀଙ୍କୁ ଚାକିରୀରୁ ହାତ ଧୋଇବାକୁ ପଡିଛି ।

ଯୁବକଙ୍କ ମାଡ ମାରି ଚାକିରୀରୁ ହାତ ଧୋଇଲେ ଦୁଇ ପୋଲିସ କର୍ମୀ

ସୂଚନା ଅନୁଯାୟୀ, ଗୁରୁବାର ନ୍ୟୁ ଆଗ୍ରା କମଳା ନଗରରେ ଡି ବ୍ଲକରେ ଜଣେ ପ୍ରତିଷ୍ଠିତ ନ୍ୟୁରୋ ସର୍ଜନଙ୍କ ଭାଇ ତଥା ପ୍ରତିଷ୍ଠିତ ବେପାରୀ ରାକେଶ ଗୁପ୍ତା ପରିବାରର ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଔଷଧ ନେଇ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ଦୁଇ ଜଣ ପୋଲିସ କର୍ମୀ ଆସି ତାଙ୍କୁ ରୋକି ଗାଳିଗୁଲଜ କରିବା ସହ ତାଙ୍କୁ ଲାଠିରେ ମାଡ ମାରିଥିଲେ ।

ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହି ଘଟଣାକୁ ନେଇ ସାଧାରଣ ଲୋକ ସେଠାରେ ପୋଲିସଙ୍କ ଏପରି କାଣ୍ଡକୁ ନେଇ କ୍ରୋଧିତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଏସଏସପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁଇ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.