ଲକ୍ଷ୍ନୌ: ଥମୁନି ଲଜ୍ଜା । ସୀମା ଡେଉଁଛି ପାଶବିକତା। ହାସରଥ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷରେ ନିଆଁ ଜଳୁ ଥିବାବେଳେ ପୁଣି ଉତ୍ତର ପ୍ରଦେଶର କାନପୁରରରେ ଘଟିଛି ଲଜ୍ଜା । ଜଣେ 15 ବର୍ଷର ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଗୋବିନ୍ଦ ବାଲ୍ମିକି(19) ଓ ଅଜୟ ଏଲିୟସ୍ ଶିବବୋଧନ୍(30) ବୋଲି ଜଣାପଡିଛି ।
ସୂଚନା ଅନୁସାରେ, କାନପୁର ଅଞ୍ଚଳର ଜଣେ ନାବାଳିକା ରାତିରେ ବାହାରକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ସେହି ଅଞ୍ଚଳର 2 ଜଣେ ନାବାଳକ ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଏ-ସମସ୍ତ ଘଟଣା ନିଜ ପରିବାର ଲୋକଙ୍କ ଆଗରେ କହିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି 2 ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।
@ ANI