ETV Bharat / bharat

ତାମିଲନାଡୁର 2 ସାଂସଦ ଏବଂ 2 ବିଧାୟକ କୋରୋନା ସଂକ୍ରମିତ - କୋରୋନା ଭାଇରସ

ସିପିଆଇ ସାଂସଦ ଏମ ସେଲଭାରାଜ ଏବଂ ଡିଏମକେ ସାଂସଦ ଏସ ରାମାଲିଙ୍ଗମ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏଆଇଏଡିଏମକେ ବିଧାୟକ କରୁଣାସ ଏବଂ ଏସ ପାଭୁନରାଜ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ତାମିଲନାଡୁର 2 ସାଂସଦ ଏବଂ 2 ବିଧାୟକ କୋରୋନା ସଂକ୍ରମିତ

author img

By

Published : Aug 6, 2020, 3:40 PM IST

Updated : Aug 6, 2020, 3:46 PM IST

ଚେନ୍ନାଇ: ଦେଶରେ ଜନ ପ୍ରତିନିଧିଙ୍କ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତାମିଲନାଡୁରେ ଗୁରୁବାର ଆଉ 4 ଜଣ ନେତା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁର 2 ସାଂସଦ ଏବଂ 2 ଜଣ ବିଧାୟକ କୋରୋନା ପାଇଁ ପଜିଟିଭ ପରୀକ୍ଷଣ କରିଥିବା ଜଣାପଡିଛି ।

ସିପିଆଇ ସାଂସଦ ଏମ ସେଲଭାରାଜ ଏବଂ ଡିଏମକେ ସାଂସଦ ଏସ ରାମାଲିଙ୍ଗମ କୋରୋନା ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏଆଇଏଡିଏମକେ ବିଧାୟକ କରୁଣାସ ଏବଂ ଏସ ପାଭୁନରାଜ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏହା ପୂର୍ବରୁ ଶାସକ ଦଳ ଏଆଇଏଡିଏମକେ ଏବଂ ବିରୋଧୀ ଦଳ ଡିଏମକେର ଅନେକ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇଥିବାବେଳେ ଅନ୍ୟ କେତେଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେପଟେ ଡିଏମକେ ବିଧାୟକ ଜେ ଅନୱବାଜହାଗନଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

Last Updated : Aug 6, 2020, 3:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.