ETV Bharat / bharat

ଜାମ୍ମୁ ଓ କାଶ୍ମୀରରେ ପୁଣି 2 କୋରୋନା ଚିହ୍ନଟ - 18 COVID-19 positive in J&K

ପୁରା ବିଶ୍ବରେ କୋରୋନା ଭାଇରସ ଭୟଙ୍କର ରୁପ ଧାରଣ କରୁଥିବା ବେଳେ ଜାମ୍ମୁ ଓ କାଶ୍ମୀରରେ ଆଉ ଦୁଇଟି COVID-19 ପଜିଟିଭ୍ ଚିହ୍ନଟ ହୋଇଛି । ଜାମ୍ମୁ ଓ କାଶ୍ମୀରରେ ସର୍ବମୋଟ 18 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ଜାମ୍ମୁରେ ଏବଂ 12 ଜଣ ଭ୍ୟାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

Two more test COVID-19 positive in J&K, tally rises to 18
ଜାମ୍ମୁ ଓ କାଶ୍ମୀରରେ ପୁଣି 2 କୋରୋନା ଚିହ୍ନଟ, ଆକ୍ରାନ୍ତ 18କୁ ବୃଦ୍ଧି
author img

By

Published : Mar 29, 2020, 6:58 AM IST

ଶ୍ରୀନଗର: ପୁରା ବିଶ୍ବରେ ଭୟଙ୍କର ରୂପ ଧାରଣ କରିଛି କୋରୋନା ଭାଇରସ । ଦେଶରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ଦେଶବାସୀ । ବର୍ତ୍ତମାନ ଯାଏଁ ଦେଶରେ ୮୦୦ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବୈଜ୍ଞାନିକମାନେ ମଧ୍ୟ ଏହି ଭୂତାଣୁର ପ୍ରତିକାର ପାଇଁ ଗବେଷଣା ଜାରି ରଖିଛନ୍ତି । ସେପଟେ ଜାମ୍ମୁ ଓ କାଶ୍ମୀରର ରଜୌରୀ ଜିଲ୍ଲାର ଆଉ ଦୁଇଟି COVID-19 ପଜିଟିଭ୍ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା18 କୁ ବୃଦ୍ଧି ପାଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଜାମ୍ମୁ ଓ କାଶ୍ମୀରର ସରକାରୀ ମୁଖପାତ୍ର ରୋହିତ କାନସାଲ ତାଙ୍କ ଟ୍ବିଟରରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାମ୍ମୁ ଓ କାଶ୍ମୀରରେ 18 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ଜାମ୍ମୁରେ ଏବଂ 12 ଜଣ ଭ୍ୟାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସଫଳତାର ସହ ଚିକିତ୍ସିତ ହେଇଛନ୍ତି । ଏହି ମହାମାରୀର ମୁକାବିଲା ପାଇଁ ଜାମ୍ମୁ ଓ କାଶ୍ମୀରରେ 11 ଟି ଡାକ୍ତରଖାନା ଏବଂ 3,400 ଶଯ୍ୟା ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇସାରିଛି |

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.