ହାଇଦ୍ରାବାଦ: ଉପଲ ଅଞ୍ଚଳରେ ଦୁଖଃଦ ଘଟଣା । ନିର୍ମାଣଧୀନ କୋଠା ପାଇଁ ଖୋଳାଯାଇଥିବା କୂଅରେ ପଡି ଜୀବନ ହାରିଛନ୍ତି 2 ନାବାଳକ । ଘଟଣାଟି ରବିବାର ଘଟିଥିବା ବେଳେ ଦୁଇ ନାବାଳକ ହେଲେ ପି.ରିଭାନ୍ଥ ଓ ପି. ମନୋହର । ଉଭୟଙ୍କ ବୟସ 14 ବର୍ଷ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଦୁହେଁ ଖେଳୁଥିବା ସମୟରେ ସେହି ନିର୍ମାଣଧୀନ କୋଠା ଭିତରକୁ ଚାଲିଯାଇଥିଲେ । ସେଠାରେ ଥିବା 15 ଫୁଟର ଏକ କୂଣରେ ପ୍ରଥମେ ଖସିପଡି ବୁଡିବାକୁ ଲାଗିଥିଲା ପରେ ଆଉ ଜଣେ ନିଜ ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡି ଯାଇଥିଲା ।
ବହୁ ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ସେଠାରୁ ଉଦ୍ଧାର କରାଯାଇଥିଲା । ସେପଟେ ପୋଲିସ ମୃତଦହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।