ଭୋପାଳ: ଲକ ଡାଉନ ସମୟରେ ବାହାରକୁ ଯିବା ପଡିଲା ମହଙ୍ଗା । ଅଯଥା କାର୍ଯ୍ୟରେ ବାହାରକୁ ଯାଇ ହଟହଟା ହେଲେ 2 ବ୍ୟକ୍ତି । ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ବାହାରକୁ ଅଯଥା କାମରେ ନ ଥିବା ପାଇଁ ସରକାର କଟକଣା ଲଗାଇଛନ୍ତି।
ମଧ୍ୟ ପ୍ରଦେଶର 2ଜଣ ବ୍ୟକ୍ତି ତମାଖୁ କିଣିବା ପାଇଁ ରାସ୍ତାରେ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ଆଉ କାବୁ କରିବା ସହ ରାସ୍ତା ମଝିରେ ଉଠବସ ମଧ୍ୟ କରାଇଥିଲା । କେବଳ ସେତିକି ନୁହେଁ, ଉଠବସ ସାଙ୍ଗକୁ ମାଡ ମାରିଥିବା ଜଣାପଡିଛି । ତେବେ ଲକ ଡାଉନ ଗାଇଡ ଲାଇନକୁ ଉଲଙ୍ଗନ କରିବା ନେଇ ପୋଲିସ ସେମାନଙ୍କୁ ମାଡ ମାରିଥିବା ଜଣାପଡିଛି ।
ସୌଜନ୍ୟ @ANI