ETV Bharat / bharat

ଗାଜିଆବାଦ ସାମ୍ବାଦିକ ଆକ୍ରମଣ ଘଟଣାରେ 2 ଗିରଫ - ସାମ୍ବାଦିକଙ୍କୁ ଆକ୍ରମଣ କରି ଦୁଇ ଗିରଫ

ଉତ୍ତରପ୍ରଦେଶର ଗାଜିଆବାଦରୁ ଦିଲ୍ଲୀ ଫେରୁଥିବା ସମୟରେ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ । ଅଧିକ ପଢନ୍ତୁ...

ଜବତ ହୋଇଥିବା ବୋଲେରୋ
ଜବତ ହୋଇଥିବା ବୋଲେରୋ
author img

By

Published : Dec 10, 2020, 10:06 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇଦିନ ପୂର୍ବେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ।

ସୂଚନାଅନୁସାରେ, ସୋମବାର ଫଟୋ ସାମ୍ବାଦିକ ରବି ଚୌଧୁରୀ ଓ ତାଙ୍କ ସହଯୋଗୀ ବାଇକରେ ମୁରଧନଗରର ଗଙ୍ଗା କେନାଲ ନିକଟରେ ଯାଉଥିଲେ । ସେଠାରେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଘଟଣା ନେଇ ରବି ସ୍ଥାନୀୟ ଥାନାରେ ମାମଲା ଦାୟର କରିବାକୁ ଯାଇଥିଲେ । ହେଲେ ପୋଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା । ଏହା ପରେ ରବି ପୋଲିସ ଜଣକ ଜଣେ ଚାଷୀଙ୍କୁ ବାଡେଇବାର ଫଟୋ ଦେଖାଇଥିଲେ । ଏହା ପରେ ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ପୋଲିସ ବୁଧବାର ଏଘଟଣାରେ ଦୁଇଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ବୋଲେରୋ ଗାଡି ଜବତ ହୋଇଛି । ଘଟଣାର ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ଟ୍ବିଟ ଯୋଗେ କହିଛନ୍ତି ଗାଜିଆବାଦ ପୋଲିସ ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.