ଗାନ୍ଧିନଗର: ଗୁଜୁରାଟର ଅମରେଲୀ ଜିଲ୍ଲାରେ ରାସ୍ତାରେ ବୁଲୁଥିବା ସମୟରେ 2ଟି ସିହଂଙ୍କର ଭିଡିଓ ଭାଇରାଲ ହୋଇଛି । ଅମରେଲୀ ଓ ଖମ୍ବା ମଧ୍ୟରେ ଥିବା ତୁଳସୀ ଶ୍ୟାମ ରୋଡରେ ସିଂହ 2ଟି ରାସ୍ତା ଅତିକ୍ରମ କରୁଥିବା ସମୟରେ ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନାମୁତାବକ, 2ଟି ଯାତ୍ରୀ ବସ ଅମରେଲୀ ଜିଲ୍ଲା ଖମ୍ବା ତୁଳସି ଶ୍ୟାମ ରୋଡ ସ୍ଥିତ ଡାଲମଠା ରାସ୍ତା ଦେଇ ଯାଉଥିବା ସମୟରେ ସାମ୍ନାପଟୁ 2ଟି ସିଂହ ଆସିଥିଲେ । ଏହାପରେ ବସ ଦୁଇଟି ରାସ୍ତା ଉପରେ କିଛି ସମୟ ଧରି ଠିଆ ହୋଇଥିଲେ ସିଂହ ଗଲାପରେ ବସ ଦୁଇଟି ଯାକ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ ।
ସିଂହକୁ ଦେଖି ଯାତ୍ରୀ ମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ । ତେବେ ଏହି ସମୟରେ ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।