ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ କୋରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା କୋରୋନା ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଲୋକମାନଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛନ୍ତି । ତେବେ ବର୍ତ୍ତମାନ ଏହି ପ୍ଲାଜମା ଡୋନର ପ୍ରକ୍ରିୟା ଆହୁରି ସହଜ ହେବାକୁ ଯାଇଛି । କାରଣ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱବିଦ୍ୟାଳୟର ଦୁଇ ଜଣ ଛାତ୍ର needplasma.org ନାମକ ଏକ ୱେବସାଇଟ୍ ତିଆରି କରିଛନ୍ତି ।
ସୂଚନା ଅନୁଯାୟୀ, ଆଇପି ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢିଥିବା ଦୁଇ ପୂର୍ବତନ ଛାତ୍ର ମୟଙ୍କ ମିତ୍ତଲ ଏବଂ ସଚିନ ଭରଦ୍ବାଜ କୋରୋନା ରୋଗୀ ଏବଂ ପ୍ଲାଜମା ଦାତାମାନଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ଭାବରେ ଏକ ୱେବସାଇଟ ପ୍ରସ୍ତୁତ କରିଛନ୍ତି ।
ଯେଉଁଥିରେ କୋରୋନା ସଂକ୍ରମିତ ଲୋକ ଏବଂ କୋରୋନାରେ ସୁସ୍ଥ ହୋଇଥିବା ଲୋକ ପ୍ଲାଜମା ଦାନ ପାଇଁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ନିଜ ସହରର ସୂଚନା ସହ ଏଥିରେ ରେଜିଷ୍ଟ୍ରେସନ କରିବେ । ଏହି ୱେବସାଇଟ୍ ସାହାଯ୍ୟରେ ପ୍ଲାଜମା ଦାତା ଅଭାବୀ ରୋଗୀଙ୍କୁ ସାହାଯ୍ୟ କରିପାରିବେ । ଏହି ୱେବସାଇଟ୍ ପ୍ଲାଜମା ଦାତା ଏବଂ ସଂକ୍ରମିତ ରୋଗୀମାନଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ