ETV Bharat / bharat

ନବଜାତ କନ୍ୟାର ନାଁ ‘କୋରୋନା’ ଓ ପୁଅର ନାଁ ‘ଲକଡାଉନ’ - Two UP families name their babies

ଉତ୍ତରପ୍ରଦେଶର ଗୋରଖପୁରର ଏକ ପରିବାରରେ ଶିଶୁକନ୍ୟା ଜନ୍ମ ହେବା ପରେ ତା ନାଁ ଦିଆଗଲା କୋରୋନା । ତାର ଏକ ସପ୍ତାହ ପରେ ଦେଓରିଆ ଜିଲ୍ଲାରେ ଆଉ ଏକ ପରିବାରରେ ଶିଶୁପୁତ୍ର ଜନ୍ମ ହେଲା ତା ନାଁ ଦିଆଗଲା ଲକଡାଉନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିଶୁକନ୍ୟାର ନାଁ ‘କୋରୋନା’ ଓ ପୁଅର ନାଁ ‘ଲକଡାଉନ’

author img

By

Published : Apr 2, 2020, 5:14 PM IST

ଲକ୍ଷ୍ନୌ: ସାରା ଦେଶରେ କୋରୋନା ଭାଇରସ ଯୋଗୁଁ କେନ୍ଦ୍ର ସରକାର 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି କୋରୋନା ଭାଇରସ ଏବଂ ଲକଡାଉନ ସ୍ଥିତିରେ ଉତ୍ତରପ୍ରଦେଶରେ ଦୁଇଟି ଶିଶୁ ଜନ୍ମଗ୍ରଗଣ କରିଛନ୍ତି । ଯାହାଙ୍କର ନାମ ଲକଡାଉନ ଏବଂ କୋରୋନା ରଖାଯାଇଛି । ଏପରି ରଖିବାର କାରଣ ହେଉଛି ଏହି ପରିସ୍ଥିତିକୁ ମନେପକାଇବା।

ସୂଚନା ଅନୁସାରେ ଗୋରଖପୁରରେ ଜନତା କର୍ଫ୍ୟୁ ଦିନ ଏକ ପରିବାରରେ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲା । ତେଣୁ ସେହି କନ୍ୟାର ନାଁ କୋରୋନା ଦିଆଗଲା । ଠିକ ସେହିପରି ଜନତା କର୍ଫ୍ୟୁର ଗୋଟେ ସପ୍ତାହ ପରେ ଦେଓରିଆ ଜିଲ୍ଲାରେ ଅନ୍ୟ ଏକ ପରିବାରର ଜଣେ ଶିଶୁ ପୁତ୍ର ଜନ୍ମ ଗ୍ରହଣ କଲା । ଏହି ସମୟଟି ଲକଡାଉନ ଚାଲିଥିବାରୁ ତା ନାଁ ଦିଆଗଲା ଲକଡାଉନ ।

ତେବେ ଉଭୟ ଶିଶୁ ଏବଂ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ସେମାନଙ୍କୁ ବୁଧବାର ମେଡିକାଲରୁ ଡିସଚାର୍ଜ କରାଯାଇଛି । ତେବେ ଉକ୍ତ ପରିବାରଙ୍କ କହିବା କଥା ହେଲା, ଏହି ଲକଡାଉନର ମାନେ ହେଉଛି ନିଜକୁ କ୍ବାରେଣ୍ଟାଇନରେ ରଖିବା, ନିଜେ ସୁରକ୍ଷିତ ରହିବା ସହିତ ସମସ୍ତଙ୍କୁ ସୁରକ୍ଷିତ ରଖିବ । ଭଲ ଭାବେ ସାବୁନରେ ହାତ ଧୋଇବା ଏବଂ ସଦାବେଳେ ସଫାସୁତୁରା ରଖିବା ବୋଲି ଶିଶୁପୁତ୍ରର ବାପା ପବନ କହିଛନ୍ତି । ସେ ପୁଣି କହିଛନ୍ତି, ଏପରି ପୁଅର ନାଁ ଲକଡାଉନ ରଖିବାର କାରଣ ହେଉଛି ନରେନ୍ଦ୍ର ମୋଦିଙ୍କୁ ସମ୍ନାନ ଦେବା । ମୋଦି ଯାହାବି ପଦକ୍ଷେପ ନେଇଛନ୍ତି ଦେଶର ଭଲ ପାଇଁ । ତେବେ ପବନ ପେଶାରେ ଜଣେ ଚାଷୀ ଅଟନ୍ତି ।

ସେପଟେ ଶିଶୁ କନ୍ୟାର ଦାଦା ନିତେଶ ତ୍ରୀପାଠୀ ଜନତା କର୍ଫ୍ୟୁ ଦିନ ନବଜାତ ଶିଶୁ କନ୍ୟାର ନାଁ କୋରୋନା ଦେଇଛନ୍ତି । କାରଣ ଏହି ସମୟରେ କୋରୋନା ସହ ସାରା ବିଶ୍ବ ଯୁଦ୍ଧ କରୁଛି । ଆଉ କୋରୋନା ଦିନେ ନା ଦିନେ ବିନାଶ କରିବାକୁ ଶିଶୁ କନ୍ୟା ଜନ୍ମ ହେବା ଏକ ଭଲ ସଙ୍କେତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.