ETV Bharat / bharat

ଓ୍ବେବସାଇଟରେ ଭୂଲ ତଥ୍ୟ ଅପଲୋଡ କରି ସୁପ୍ରିମକୋର୍ଟର 2 ଅଧିକାରୀ ଗିରଫ

ନିଜ କାମରେ ବେପରୁଆ ମନୋଭାବ ଯୋଗୁଁ ଫଶିଗଲେ ସୁପ୍ରିମକୋର୍ଟର 2 ଅଧିକାରୀ । ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ବିଶିଷ୍ଟ ଶିଲ୍ପପତି ଅନିଲ ଅମ୍ବାନୀଙ୍କ ନାଁରେ ଭୁଲ ତଥ୍ୟ ଅପଲୋଡ କରିବା ଯୋଗୁଁ ଉଭୟ ଅଧିକାରୀଙ୍କୁ ଗିରଫ କଲା ପୋଲିସ ।

author img

By

Published : Apr 9, 2019, 3:08 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଗିରଫ ହେଲେ ସୁପ୍ରିମକୋର୍ଟର 2 କର୍ମଚାରୀ। ଓ୍ବେବସାଇଟରେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବିଷୟରେ ଭୂଲ ତଥ୍ୟ ଦେଇ ହଟ୍ଟହଟ୍ଟା ହୋଇଛନ୍ତି ଏହି 2 ଅଧିକାରୀ । ପୂର୍ବରୁ କୌଣସି ଏକ ମାମଲାରେ ଅଦାଲତର ଅବମାନନା କରିଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଭୟଙ୍କୁ ଚାକିରିରୁ ବିଦା କରିଥିବା ବେଳେ ଏବେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନାନୂଯାୟୀ, ଅମ୍ବାନୀଙ୍କ ଋଣ ଜନିତ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ସୂଚନା ଦେଇଥିଲେ । କିନ୍ତୁ ଅଭିଯୁକ୍ତ ମାନବ ଶର୍ମା ଓ ତପନ କୁମାର ଚକ୍ରବର୍ତ୍ତୀ ତାଙ୍କୁ ହାଜର ନହେବା ପାଇଁ ଓ୍ବେବସାଇଟରେ ଭୂଲ ତଥ୍ୟ ଉଲ୍ଲେଖ କରିଥିଲେ । ଯେଉଁଥିପାଇଁ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ଏହାପରେ ଉଭୟଙ୍କୁ ସୋମବାର ପଟିଆଲା ହାଉସକୋର୍ଟରେ ହାଜର କରାଯାଇଥିଲା । ଏହାପରେ ସାତ ଦିନ ପାଇଁ 2 ଅଧିକାରୀଙ୍କୁ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ ।

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.