ଶ୍ରୀନଗର: ଘାଟିରେ ଥମୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ବୁଧବାର ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ 2 ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।
ଅନନ୍ତନାଗ ଜିଲ୍ଲାର ଲାଲଚୌକରେ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କୁ ବୁଧବାର ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ତେବେ ଏଥିରେ 2 ଯବାନ ଆହତ ହୋଇଛନ୍ତି । ଘଟଣା ପରେ ଏହି ଅଞ୍ଚଳକୁ ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇଛି ।