ଜମ୍ମୁ: ପରିସ୍ଥିତିର ଫାଇଦା ଉଠାଉଛି ପାକିସ୍ତାନ । ସାରା ବିଶ୍ବ କୋରୋନା ସହ ଲଢେଇ କରୁଥିବାବେଳେ, ପାକିସ୍ତାନ କିନ୍ତୁ ତାର ହରକତରୁ ପଛାଉ ନାହିଁ । ଆଜି ପୁଣି ଥରେ ଜମ୍ମୁ-କାଶ୍ମୀରର ରଜୌରି ମଞ୍ଜାକୋଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ।
ପାକିସ୍ତାନ ପଟୁ ଲଗାତାର ଗୁଳି ବିନିୟମ ହେଉଥିବାରୁ ଏଥିରେ 2ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏହା ସହ 2ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଛି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତି 9ଟା 15 ରେ ପୁଞ୍ଛର ବାଲାକୋଟ ଓ ମେନ୍ଧାର ସେକ୍ଟରର ଏଲଓସି ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଗୁଳିଗୁଳା ବର୍ଷଣ ସହ ମୋର୍ଟାର ମଧ୍ୟ ମାଡ କରିଥିଲା । ଯାହାର କଡା ଜବାବ ଭାରତୀୟ ସେନା ଦେଇଥିଲା ।
ସୌଜନ୍ୟ:@ANI