ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ସାଗରପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ପି ବ୍ଲକ କଲୋନୀରେ ଥିବା ଏକ ଚପଲ କାରଖାନାର ଗୋଦାମରେ ନିଆଁ ଲାଗି 2 ନିରୀହ ନିଷ୍ପାପ ଶିଶୁ ଜୀବନ ଚାଲିଯାଇଛି । କୌଣସି କାରଣବସତଃ ନିଆଁ ଲାଗିଯାଇଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ମୃତକ ଦୁଇ ଭାଇ ହୋଇଥିବାବେଳେ ଜଣେ 5 ବର୍ଷର ଆୟୁଷ ଆଉ ଜଣେ 4 ବର୍ଷର ପିର୍ଯ୍ୟଶ । ଉଭୟଙ୍କୁ ତାଙ୍କ ମାଆ ଗୋଦାମ ଘରର ମେନ ଗେଟରେ ତାଲା ପକାଇ ବଜାରକୁ ଯାଇଥିଲେ । ଫଳରେ ନିଆଁ ଲାଗିଯିବା ସମୟରେ ଦୁହେଁ ଫସି ରହିଥିଲେ । ଅନେକ ଚେଷ୍ଟା କରାଯିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା ।
ସେପଟେ ଏହି ଘଟଣାରେ ସ୍ଥାନୀୟ ବିଧାୟକ ବିନୟ ମିଶ୍ର ଦୁଃଖ ପ୍ରକାଶ କରିବା ସହ ସର୍ଟସର୍କିଟ ଯୋଗୁଁ ହଠାତ ନିଆଁ ଲାଗିଯାଇଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ