ETV Bharat / bharat

ଭାରତରେ ଘରୋଇ ହିଂସା କମାଇବାକୁ ଟ୍ବିଟରର ନୂଆ ଟୁଲ୍ - ଭାରତରେ ଘରୋଇ ହିଂସା କମାଇବାକୁ ଟ୍ବିଟରର ନୂଆ ଟୁଲ୍

ଭାରତରେ ଲକଡାଉନ ସମୟରେ ଅଧିକ ବଢିଛି ଘରୋଇ ହିଂସା । ଏଥିପାଇଁ ଭାରତୀୟ ୟୁଜର୍ସଙ୍କ ପାଇଁ ଟ୍ବିଟର ଏକ ନୂଆ ଟୁଲ୍ ବାହାର କରିଛି । ଅଧିକ ପଢନ୍ତୁ..

ଭାରତରେ ଘରୋଇ ହିଂସା କମାଇବାକୁ ଟ୍ବିଟରର ନୂଆ ଟୁଲ୍

author img

By

Published : Jun 17, 2020, 6:44 PM IST

ହାଇଦ୍ରାବାଦ: ଭାରତରେ ଲକଡାଉନ ସମୟରେ ଅଧିକ ବଢିଛି ଘରୋଇ ହିଂସା । ବିଶେଷ କରି ମହିଳା ଓ ଶିଶୁ ଅଧିକ ଶିକାର ହୋଇଛନ୍ତି । ଏଥିପାଇଁ ଭାରତୀୟ ୟୁଜର୍ସଙ୍କ ପାଇଁ ଟ୍ବିଟର ଏକ ନୂଆ ଟୁଲ୍ ବାହାର କରିଛି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଜାତୀୟ ମହିଳା କମିଶନଙ୍କ ସହ ହାତ ମିଳାଇ ଟ୍ବିଟର ଏପରି ପଦକ୍ଷେପ ନେଇଛି । ମହିଳାଙ୍କ ପାଇଁ ଏହା ଏକ ଟୁଲ୍ ଉତ୍ସର୍ଗ କରିଛି । ଏଥିରେ ଘରୋଇ ହିଂସା ସମ୍ପର୍କରେ ସମସ୍ତ ତଥ୍ୟ ରହିଛି । ଏହି ସର୍ଚ୍ଚ ଟୁଲ୍ ଆଇଓଏସ ଏବଂ ଆଣ୍ଡ୍ରଏଡ୍ ଫୋନ୍ ସହ ଭାରତରେ ମୋବାଇଲ.ଟ୍ବିଟର.କମରେ ଉପଲବ୍ଧ ହେବ । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଏହାକୁ ୟୁଜର୍ସ ପଢିପାରିବେ ।

ଏଥିରେ ଟ୍ବିଟର ଘରୋଇ ହିଂସାର ସମସ୍ତ ଅପଡେଟ୍ ଏବଂ ଏହାର ମୁକାବିଲା ପାଇଁ ସବୁପ୍ରକାର ଉପାୟ ବତାଇଛି । ଏହି ବଟନରେ କ୍ଲିକ କଲେ ଆପଣଙ୍କୁ ଘରୋଇ ହିଂସା ବିରୋଧରେ କଣ ପଦକ୍ଷେପ ନେବେ ତାହାର ସବୁ ସୂଚନା ମିଳିଯିବ । ଏହି ସମ୍ବନ୍ଧୀୟ କିଛି ବି ଶବ୍ଦ ଖୋଜିଲେ ୟୁଜର୍ସଙ୍କୁ ସରକାରଙ୍କ ସମସ୍ତ ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ନୋଟିଫିକେସନ ଆସିଯିବ । ଏହାସହ ଦେଶରେ ଘଟୁଥିବା ଘରୋଇ ହିଂସା ସମ୍ବନ୍ଧୀୟ ସମସ୍ତ ଘଟଣା ସମ୍ପର୍କରେ ଏଥିରୁ ସୂଚନା ମିଳିବ । ଏଥିରେ ସମସ୍ତ ପୀଡିତା ନିଜର କାହାଣୀ ବଖାଣିପାରିବେ ବୋଲି ମାଇକ୍ରୋବ୍ଲଗିଂ ସାଇଟ୍ ପ୍ରକାଶ କରିଛି ।

ଏଥିପାଇଁ ଟ୍ବିଟର ଏକ ଅପସନ କ୍ରିଏଟ୍ କରିଛି । ହ୍ୟାସଟାଗ୍ ଦେଇ ଏହା ଲେଖିଛି ଦେର ଇଜ ଏ ହେଲପ ପ୍ରୋମ୍ପ୍ଟ । ଏହା ଉପରେ କ୍ଲିକ୍ କଲେ ନୂଆ ଟୁଲ୍ ସମ୍ବନ୍ଧରେ ସବୁପ୍ରକାର ସୂଚନା ଦେବ ଟ୍ବିଟର୍ । ଭାରତ ସମେତ ଏସିଆରେ ମହିଳାଙ୍କ ବିରୋଧରେ ହିଂସା ଅଧିକ ଭୟଙ୍କର ରୂପ ନେଇଛି । ଏହାକୁ ହ୍ରାସ କରିବାରେ ଟ୍ବିଟର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା । ଏହା ହିଂସାରେ ପୀଡିତାଙ୍କୁ ସହଯୋଗ କରିବ ବୋଲି ସେ କହିଛନ୍ତି । ସେହିପରି ଟ୍ବିଟର ମଧ୍ୟ ଏହି ଟୁଲ୍ ଉପରେ ବାରମ୍ବାର ସମୀକ୍ଷା କରିବ । ଏହାର ସଠିକ୍ ବ୍ୟବହାର ହେଉଛି କି ନାହିଁ ତାହା ଉପରେ ସମୀକ୍ଷା କରାଯିବ ବୋଲି ଟ୍ବିଟର ପ୍ରକାଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.