ETV Bharat / bharat

ଏବେ ସିଡ୍ୟୁଲ ହୋଇପାରିବ ଟ୍ବିଟ୍ - ଟ୍ବିଟର ଖବର

ମୁଖ୍ୟ ୱେବ ଆପ୍ଲିକେସନରୁ ଏହି ଟ୍ବିଟ୍ ସିଡ୍ୟୁଲ ହୋଇପାରିବ । ତଳେ ଥିବା କ୍ୟାଲେଣ୍ଡର ଆଇକନ ଏହି କାମ ପାଇଁ ବ୍ୟବହାର ହୋଇପାରିବ । ଅଧିକ ପଢନ୍ତୁ...

ଏବେ ସିଡ୍ୟୁଲ ହୋଇପାରିବ ଟ୍ବିଟ୍
ଏବେ ସିଡ୍ୟୁଲ ହୋଇପାରିବ ଟ୍ବିଟ୍
author img

By

Published : May 30, 2020, 6:25 AM IST

ନୂଆଦିଲ୍ଲୀ: ୟୁଜର୍ସଙ୍କ ପାଇଁ ଆଉ ଏକ ଫିଚର ଆଣିଛି ଟ୍ବିଟର । ଏବେ ଟ୍ବିଟ୍ ସିଡ୍ୟୁଲ କରିପାରିବେ ୟୁଜର୍ସ । କୌଣସି ଏକ ସମୟରେ ଏହାକୁ ସେୟାର କରିହେବ । ଏକ ନିର୍ଦ୍ଦିଷ୍ଟ ସମୟରେ କିଛି ଟପିକ୍ ଉପରେ ଟ୍ବିଟ୍ କରିବାକୁ ଚାହୁଁଥିଲେ ଆଗୁଆ ସିଡ୍ୟୁଲ କରିପାରିବେ ।

ଏନେଇ ସୂଚନା ଦେଇଛି ଟ୍ବିଟର । ମୁଖ୍ୟ ୱେବ ଆପ୍ଲିକେସନରୁ ଏହି ଟ୍ବିଟ୍ ସିଡ୍ୟୁଲ ହୋଇପାରିବ । ତଳେ ଥିବା କ୍ୟାଲେଣ୍ଡର ଆଇକନ ଏହି କାମ ପାଇଁ ବ୍ୟବହାର ହୋଇପାରିବ । ପୂର୍ବରୁ ଏହା ଉପରେ ପରୀକ୍ଷାନିରୀକ୍ଷା ଚଲାଇଥିଲା କମ୍ପାନୀ । ଏବେ ଏହାକୁ କାର୍ଯ୍ୟକାରୀ କରିଛି ।

ଗତବର୍ଷ ନଭେମ୍ବରରେ ଟ୍ବିଟର ସୂଚନା ଦେଇଥିଲା ଯେ ଏହି ଫିଚର ଉପରେ ଏହା କାର୍ଯ୍ୟ କରୁଛି । ତେବେ ଏହା ଉପରେ ଏକ ସ୍ପଷ୍ଟୀକରଣ ଦେଇଛି ମାଇକ୍ରୋବ୍ଲଗିଙ୍ଗ ସାଇଟ୍ । ଏହି ଫିଚର କେବଳ ୱେବ୍ ଆପରେ ଉପଲବ୍ଧ ହେବ । ମୋବାଇଲ ୟୁଜର୍ସଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବନି ବୋଲି କମ୍ପାନୀ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.