ହାଇଦ୍ରାବାଦ: ସୋସିଆଲ ମିଡିଆରେ ବ୍ୟାପୁଛି କାଶ୍ମୀର ସମ୍ବନ୍ଧରେ ମିଛ ଖବର । ପ୍ରଶାସନ ଓ ସେନା ବିରୋଧରେ ଗୁଜବ ସୃଷ୍ଟିକାରୀ ସୋସିଆଲ ମିଡିଆ ଉପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । ଖାସକରି ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଏବେ ଟ୍ବିଟର ଆକାଉଣ୍ଟରେ ଘୁରି ବୁଲୁଛି ମିଛ ଖବର। କଶ୍ମୀର ଉପତ୍ୟକାରେ ଶାନ୍ତି ଏବଂ ସ୍ଥିରତାରେ ବାଧା ଉପୁଜାଇବାକୁ ଅପପ୍ରୟାସ କରୁଥିବା ଏଭଳି 4ଟି ଟ୍ବିଟର ଆକାଉଣ୍ଟକୁ ରଦ୍ଦ କରାଯାଇଛି ।
ସୋମବାର ଏହାକୁ ନେଇ ସୁରକ୍ଷା ଏଜେନ୍ସିର ସୂଚନା ପରେ 4ଟି ଟ୍ବିଟର ଆକାଉଣ୍ଟକୁ ରଦ୍ଦ କରାଯାଇଛି । ଏହାସହ ଏଭଳି କୌଣସି ଗତିବିଧିରେ ସାମିଲ ଥିବା 4ଟି ଅନ୍ୟ ଆକାଉଣ୍ଟ ମଧ୍ୟ ଶୀଘ୍ର ବ୍ଲକ କରାଯିବ ବୋଲି କୁହାଯାଇଛି ।
ସୁରକ୍ଷା ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି, ଜମ୍ମୁ-କାଶ୍ମୀର ମାମଲାରେ ଭାରତ ବିରୋଧରେ ଭୁଲ ଓ ମିଥ୍ୟା ତଥ୍ୟ ପ୍ରସାରଣ କରିବାରୁ ଆକାଉଣ୍ଟକୁ ସବୁକୁ ରଦ୍ଦ କରାଯାଇଛି । ଆପଣମାନଙ୍କୁ କହି ରଖୁଛୁ କି, ସୋମବାର ଇଦ-ଉଲ୍-ଜୁହା ଅବସରରେ ଘାଟିରେ ଗୁଳିମାଡ ହୋଇଥିବା ଭଳି ମିଛ ଖବର କିଛି ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା, କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାକୁ ଖଣ୍ଡନ କରିଥିଲେ । ଏହାସହ ବକ୍ରିଇଦକୁ ପୂରା ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଥିବା କହିବା ସହ ଏଭଳି ଗୁଜବ ଖବର ସୋସିଆଲ ମିଡିଆରେ ବ୍ୟାପୁଥିବା ସୂଚନା ଦେଇଥିଲେ ।