ନୂଆଦିଲ୍ଲୀ: ଏକ ଘଡିସନ୍ଧି ମୁହୁର୍ତ୍ତ ଦେଇ ସମଗ୍ର ଦେଶ ଗତି କରୁଛି। କୋରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ପୃଥିବୀ ବାସୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ପାଇଡର ମ୍ୟାନ ଆସିଛି।

ସ୍ପାଇଡର ମ୍ୟାନର ଏପରି ସହଯୋଗ ତୁର୍କୀର ଏକ ପରିବା ମାର୍କେଟରେ ଦେଖିବାକୁ ମିଳିଛି। ଯେଉଁଠି ସେ ପରିବା ବିକ୍ରି କରୁଥିବା ନଜର ଆସିଛି। ଖାଲି ସେତିକି ନୁହେଁ ଲୋକଙ୍କ ସହ ବସି କଥା ହେବା ସହ ଭଲ ମନ୍ଦ ବୁଝୁଛି।

ତେବେ ସ୍ପାଇଡରମ୍ୟାନ ପୋଷାକ ଭିତରେ ଥିବା ଲୋକଟି ହେଲେ ତୁର୍କୀର ବୁରାକ ସୋଏଲୁ। ସେ ଅସୁବିଧା ସମୟରେ ଏପରି ବେଶ ହୋଇ ଲୋକଙ୍କୁ ସାହାଯ୍ୟ ପାଇଁ ଆସିଥାନ୍ତି। ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଏହି ସ୍ପାଇଡରମ୍ୟାନ ବୃଦ୍ଧମାନଙ୍କ ପାଇଁ କ୍ଷୀର ଏବଂ ଖାଦ୍ୟ ସାମଗ୍ରୀ କିଣନ୍ତି ଏବଂ ଏହାକୁ ସେମାନଙ୍କ ଘରେ ପହଞ୍ଚାନ୍ତି। ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ଯେ କୋରୋନା ସମୟରେ ମୋର ସୁପର ପାୱାର ମୋର ପଡୋଶୀଙ୍କ ପାଇଁ ବେଶ ଭଲ କାମ କରୁଛି।