ETV Bharat / bharat

ଉପକାରୀ ଦେବ ବୃକ୍ଷ, ତୁଳସୀ ଓ କ୍ଷୀର ପିଇ ପ୍ରତିରୋଧ ଶକ୍ତି ବଢାନ୍ତୁ

author img

By

Published : Jun 19, 2020, 11:51 AM IST

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଏହି ଦେବ ବୃକ୍ଷ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର ଅଟେ । ଯାହା ବର୍ତ୍ତମାନର ମହାମାରୀ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ଉପକାରୀ ଦେବ ବୃକ୍ଷ, ତୁଳସୀ ଓ କ୍ଷୀର ପିଇ ପ୍ରତିରୋଧ ଶକ୍ତି ବଢାନ୍ତୁ
ଉପକାରୀ ଦେବ ବୃକ୍ଷ, ତୁଳସୀ ଓ କ୍ଷୀର ପିଇ ପ୍ରତିରୋଧ ଶକ୍ତି ବଢାନ୍ତୁ

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଏହି ଦେବ ବୃକ୍ଷ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର ଅଟେ । କୋରୋନାକୁ ଏଡାଇବା ପାଇଁ ତୁଳସୀ ପତ୍ରରେ ତିଆରି ପଦାର୍ଥ ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି। ତେବେ ଆଜି ଆମେ ତୁଳସୀ କ୍ଷୀର ବିଷୟରେ କହିବାକୁ ଯାଉଛୁ। ଏହାର ବ୍ୟବହାରରୁ ମଧ୍ୟ ଅନେକ ଲାଭ ଅଛି । ଯାହା ବର୍ତ୍ତମାନର ମହାମାରୀ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ତୁଳସୀ ପତ୍ର ଖାଇବା ଶରୀର ପାଇଁ ଲାଭଦାୟକ ଅଟେ। କିନ୍ତୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହିପରି ଲୋକମାନେ ସୁସ୍ଥ ରହିବା ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ତୁଳସୀ କ୍ଷୀର ପିଇବା ଉଚିତ୍ ।

ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତୀ ପ୍ରଣାଳୀ ବିଷୟରେ...

ପ୍ରଥମେ ଅଧ ଗ୍ଲାସ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେଲା ପରେ ସେଥିରେ 8 ରୁ 10 ତୁଳସୀ ପତ୍ର ମିଶାନ୍ତୁ। ବର୍ତ୍ତମାନ କ୍ଷୀରକୁ ଗରମ ହେବାକୁ ଛାଡି ଦିଅନ୍ତୁ। କ୍ଷୀର ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ।

ତୁଳସୀ କ୍ଷୀରର ଉପକାରିତା...

ତୁଳସୀ କ୍ଷୀର ପିଇବା ଦ୍ବାରା ମାଇଗ୍ରେନ ସମସ୍ୟା ଦୂର ହୋଇଥାଏ। ଯଦି ଏହି ସମସ୍ୟାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଏହାକୁ ସେବନ କରନ୍ତୁ। ଆୟୁର୍ବେଦ ଅନୁସାରେ ତୁଳସୀ ପ୍ରତ୍ୟେକ ଦିନ ଖାଇବା ଦ୍ବାରା ଅନେକ ବେମାରୀ ଛୁ ମନ୍ତ୍ର ହୋଇଯାଏ।

ତୁଳସୀ କ୍ଷୀର ମାନସିକ ଦୁଶ୍ଚିନ୍ତା ଦୂରେଇ ଥାଏ। ତୁଲସୀ ପତ୍ରରେ ଆରୋଗ୍ୟ ଗୁଣ ମଧ୍ୟ ମିଳିଥାଏ ଯାହା ଉଦାସୀନତା ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ ।

ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ପ୍ରତିଦିନ ତୁଳସୀ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ତୁଳସୀ କ୍ଷୀର ପିଇବା ହୃଦୟ ପାଇଁ ଲାଭଦାୟକ ଅଟେ । ପ୍ରତିଦିନ ଖାଲି ପେଟରେ ଏହି କ୍ଷୀର ପିଇବା ହୃଦୟ ସମ୍ବନ୍ଧୀୟ ରୋଗକୁ ଦୂର କରେ। ତୁଳସୀ ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି । ଯାହା ଦ୍ବାରା ଥଣ୍ଡା ଦୂର ହୋଇଥାଏ ।

ତୁଳସୀ କ୍ଷୀର ଖାଇବା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଅଛି, ତେବେ ପ୍ରତିଦିନ ଏକ ଗ୍ଲାସ୍ ତୁଳସୀ କ୍ଷୀର ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.