ETV Bharat / bharat

'ଭାଗବତ-ଗୀତା ପଢନ୍ତୁ, କୋରୋନାରୁ ଦୂରେଇ ରୁହନ୍ତୁ'

ପୁରା ବିଶ୍ବ ଏବେ କୋରୋନା ଭାଇରସର ସଂକ୍ରମଣକୁ ନେଇ ଚିନ୍ତିତ । ଏଭଳି କଠିନ ସମୟରେ ଭାଗବତ ଗୀତା ଦ୍ବାରା ଶାନ୍ତି ଏବଂ ଶକ୍ତି ପ୍ରାପ୍ତ ହୋଇପାରିବ ବୋଲି ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗବାର୍ଡ କହିଛନ୍ତି।

ଭଗବତ ଗୀତାରେ ମିଳିବ ଶାନ୍ତି-ଶକ୍ତି
ଭଗବତ ଗୀତାରେ ମିଳିବ ଶାନ୍ତି-ଶକ୍ତି
author img

By

Published : Jun 13, 2020, 4:20 PM IST

ନୂଆଦିଲ୍ଲୀ: ପୁରା ବିଶ୍ବ ଏବେ କୋରୋନା ଭାଇରସର ସଂକ୍ରମଣକୁ ନେଇ ଚିନ୍ତିତ । ଭାରତ ସମେତ ସମଗ୍ର ବିଶ୍ବରେ ଏହି ଭାଇରସ ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି । ତେବେ ଏଭଳି କଠିନ ସମୟରେ ଭାଗବତ ଗୀତା ପଢିବାକୁ ଉପଦେଶ ଦେଇଛନ୍ତି ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗବାର୍ଡ । ଏଭଳି କଠିନ ସମୟରେ ଭଗବତ ଗୀତା ଦ୍ବାରା ଶାନ୍ତି ଏବଂ ଶକ୍ତି ପ୍ରାପ୍ତ ହୋଇପାରିବ ବୋଲି ସେ କହିଛନ୍ତି ।

ନିଜର ଭର୍ଚୁଆର ସମ୍ବୋଧନରେ ହିନ୍ଦୁ ଛାତ୍ରଙ୍କୁ ସେ କହିଛନ୍ତି, ' ଭବିଷ୍ୟତରେ କଣ ଘଟିବ ତାହା କେହି ମଧ୍ୟ କହିପାରିବେ ନାହିଁ । କିନ୍ତୁ ଆମେ ଭଗବତ ଗୀତାରେ ଭଗବାନ କୃଷ୍ଣଙ୍କ ଦ୍ବାରା ଶିଖାଯାଇଥିବା ଭକ୍ତିଯୋଗ ଏବଂ କର୍ମଯୋଗର ଅଭ୍ୟାସରେ ନିଶ୍ଚିନ୍ତତା, ଶକ୍ତି ଏବଂ ଶାନ୍ତି ପାଇପାରିବା । '

ସେ ଆହୁରି କହିଛନ୍ତି ଯେ, 'ଆପଣମାନେ ଯେବେ ବି ନିଜ ଜୀବନର ଏହି ନୂଆ ଅଧ୍ୟାୟ ସମ୍ପର୍କରେ ଭାବିବେ, ଆପଣଙ୍କ ଜୀବନର ଉଦ୍ଦେଶ୍ୟ କଣ, ତାହା ନିଜକୁ ନିଶ୍ଚିନ୍ତ ପଚାରନ୍ତୁ । ଯଦି ଆପଣଙ୍କୁ ନିଜ ଜୀବନର ଉଦ୍ଦେଶ୍ୟ ଭଗବାନ କିମ୍ବା ମଣିଷର ସେବା କରିବା ବୋଲି ଜଣାପଡିଯାଏ ତାହାଲେ କର୍ମଯୋଗର ଅଭ୍ୟାସ କରନ୍ତୁ । ସେତେବେଳେ ଆପଣ ବାସ୍ତବରେ ଏକ ସଫଳ ଜୀବନ ବଞ୍ଚିପାରିବେ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.