ETV Bharat / bharat

ଭକ୍ତଙ୍କ ପାଇଁ ‘ସୋସିଆଲ ଡିଷ୍ଟାନ୍ସିଂ ମନିଟରିଂ ଆପ’ ବ୍ୟବହାର କରୁଛି ତିରୁପତି

author img

By

Published : Jun 21, 2020, 3:15 PM IST

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ସାମାଜିକ ଦୂରତା ଉପରେ ନଜର ରଖିବା ପାଇଁ ଏକ ଆପ୍ ବ୍ୟବହାର ହୋଇଛି । ଏହି ଆପ ଲୋକଙ୍କ ସାମାଜିକ ଦୂରତା ଉପରେ ଲାଇଟ ଜରିଆରେ ନଜର ରଖୁଛି ।

TTD's app to monitor social distancing big hit among netizens
ଭକ୍ତଙ୍କ ପାଇଁ ‘ସୋସିଆଲ ଡିଷ୍ଟାନ୍ସିଂ ମନିଟରିଂ ଆପ’ ବ୍ୟବହାର କରୁଛି ଟିଟିଡି

ଅମରାବତୀ: ସାମାଜିକ ଦୂରତା ଉପରେ ନଜର ରଖିବା ପାଇଁ ଟିଟିଡିରେ ବ୍ୟବହାର ହେଲା ଆପ୍ । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ସାମାଜିକ ଦୂରତା ଉପରେ ନଜର ରଖିବା ପାଇଁ ଏକ ଆପ୍ ବ୍ୟବହାର ହୋଇଛି । ଏହି ଆପ ଲୋକଙ୍କ ସାମାଜିକ ଦୂରତା ଉପରେ ଲାଇଟ ଜରିଆରେ ନଜର ରଖୁଛି ।

ଟିଟିଡି ଭିଜିଲାନ୍ସ ଅଧିକାରୀ ମନୋହର ଫୋନ୍ ଯୋଗେ କହିଛନ୍ତି, ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବା ପରଠାରୁ ଟିଟିଡି ‘ସୋସିଆଲ ଡିଷ୍ଟାନ୍ସିଂ ମନିଟରିଂ ଆପ’ ବ୍ୟବହାର କରୁଛି। ଏହି ଆପ୍ 6 ଫୁଟର ଦୂରତା ବଜାୟ ରହୁଛି କି ନାହିଁ ତାହା ଉପରେ ନଜର ରଖୁଛି ।

ଏଥିସହ ଭିଜିଲାନ୍ସ ଅଧିକାରୀ କହିଛନ୍ତି, କୋରୋନାକୁ ନେଇ ଲକଡାଉନ ପରେ ଏହି ଆପର ବିକାଶ କରାଯାଇଥିଲା । ଏହି ଆପ୍ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ସେମାନଙ୍କୁ ଆଲର୍ଟ କରିବାରେ ସାହାଯ୍ୟ କରୁଛି ।

ଏଥିସହ ଏହି ଆପ ଦ୍ବାରା ଭକ୍ତଙ୍କ ଶରୀରର ତାପମାତ୍ରାକୁ ଚିହ୍ନିବା ପାଇଁ ଥର୍ମାଲ ସ୍କାନର ମଧ୍ୟ ବ୍ୟବହାର କରାଯାଉଛି । ଯେଉଁ ଭକ୍ତମାନଙ୍କର ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହୁଛି ସେମାନଙ୍କୁ ଅଲଗା କରାଯାଉଛି ବୋଲି ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.