ETV Bharat / bharat

ମେ 25ରୁ ଆନ୍ଧ୍ରର 13 ଜିଲ୍ଲାରେ ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରି କରିବ ଟିଟିଡି - ତିରୁପତିରେ ଲଡୁ ବିକ୍ରିର ପ୍ରଥମ ଦିନ

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ସୋମବାର ଠାରୁ ଆନ୍ଧ୍ରପ୍ରଦେଶର 13 ଟି ଜିଲ୍ଲା ମଧ୍ୟରେ ଏହାର ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରୟ ଆରମ୍ଭ କରିବାକୁ ଯାଉଛି।

ମେ 25ରୁ ଆନ୍ଧ୍ରର 13 ଜିଲ୍ଲାରେ ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରି କରିବ ଟିଟିଡି

author img

By

Published : May 23, 2020, 12:52 PM IST

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ସୋମବାର ଠାରୁ ଆନ୍ଧ୍ରପ୍ରଦେଶର 13 ଟି ଜିଲ୍ଲା ମଧ୍ୟରେ ଏହାର ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରୟ ଆରମ୍ଭ କରିବାକୁ ଯାଉଛି।

ତିରୁପତିରେ ଲଡୁ ବିକ୍ରିର ପ୍ରଥମ ଦିନରେ, ସାମାଜିକ ଦୂରତାକୁ କେହି ବି ବଜାୟ ରଖିନଥିଲେ । ଏପରିକି ପ୍ରସାଦ ଦେବା ସମୟରେ ଟିଟିଡି ଭକ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଉଥାଏ।

ମେ 25ରୁ ଆନ୍ଧ୍ରର 13 ଜିଲ୍ଲାରେ ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରି କରିବ ଟିଟିଡି
ମେ 25ରୁ ଆନ୍ଧ୍ରର 13 ଜିଲ୍ଲାରେ ପ୍ରସିଦ୍ଧ ଲଡୁ ପ୍ରସାଦ ବିକ୍ରି କରିବ ଟିଟିଡି

ମନ୍ଦିର ନଖୋଲିବା ପର୍ଯ୍ୟନ୍ତ ଜିଲ୍ଲାର ଫଙ୍କସନ୍ ହଲରେ 50% ରିହାତି ମୂଲ୍ୟରେ ଲଡୁ ବିକ୍ରି କରିବାକୁ ଟିଟିଡି ବୋର୍ଡ ନିଷ୍ପତ୍ତି ନେଇଛି। ଏନେଇ ବିଜୟୱାଡା ଠାରେ ଥିବା ଟିଟିଡି କଲ୍ୟାଣ ମଣ୍ଡପମରୁ ଲଡୁ ବିକ୍ରି କରାଯିବ।

ଏହି ପ୍ରସିଦ୍ଧ ଲଡୁର ଓଜନ 175ଗ୍ରାମ। ପ୍ରଭୁ ଭେଙ୍କଟେଶ୍ୱରା ସ୍ବାମୀଙ୍କର ଏହା ବିଶେଷ ପ୍ରସାଦ। ଲଡୁର ମୂଲ୍ୟ 50 ଟଙ୍କା ହୋଇଥିବା ବେଳେ ଲକଡାଉନ୍ ଅବଧି ମଧ୍ୟରେ ଗୋଟିଏ କୁ 25 ଟଙ୍କାରେ ପଚାଶ ପ୍ରତିଶତ ରିହାତିରେ ବିକ୍ରି ହେବ ।

କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତିମାନେ 1000 ରୁ ଅଧିକ ଲଡୁ ଆବଶ୍ୟକ କରନ୍ତି। ସେମାନଙ୍କୁ ସେମାନଙ୍କର ନାମ, ମୋବାଇଲ୍ ନମ୍ବର ଦାଖଲ ସହ ପାଞ୍ଚ ଦିନ ପୂର୍ବରୁ ଅର୍ଡର ଦେବାକୁ ପଡିବ।

ଏହି ସମୟରେ ଚେନ୍ନାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦରେ ଅବସ୍ଥିତ ଟିଟିଡି ସୂଚନା କେନ୍ଦ୍ର ଲଡୁ ଆନ୍ତଃ ରାଜ୍ୟ ପରିବହନ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ନିର୍ଦ୍ଦେଶ ପାଇବା ପରେ ଟିଟିଡି ଲଡୁ ଯୋଗାଣ ଆରମ୍ଭ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.