ETV Bharat / bharat

ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଟିଏସଆରଟିସି କର୍ମଚାରୀ - ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଟିଏସଆରଟିସି କର୍ମଚାରୀ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମ (ଟିଏସଆରଟିସି) କର୍ମଚାରୀ । ଏହି ଆନ୍ଦୋଳନରେ ପାଖାପାଖି 50 ହଜାର କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରୁ ଏହି ଆନ୍ଦୋଳନ ଜାରି ରଖିଛନ୍ତି କର୍ମଚାରୀ। ସେପଟେ ଶନିବାର ସୁଦ୍ଧା କାର୍ଯ୍ୟକୁ ନ ଫେରିଲେ ଆନ୍ଦୋଳନରତ କର୍ମଚାରୀଙ୍କୁ ବହିଷ୍କାର କରାଯିବ ବୋଲି ସରକାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 5, 2019, 1:31 PM IST

ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରୁ ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି)ର କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । ସେପଟେ ଆନ୍ଦୋଳନରୁ ଓହରି ଯିବା ପାଇଁ ରାଜ୍ୟ ସରକାର ଚେତାଇ ଦେଇଛନ୍ତି । ଶନିବାର ସକାଳ 6ଟା ସୁଦ୍ଧା ଆନ୍ଦୋଳନରତ କର୍ମଚାରୀ କାର୍ଯ୍ୟରେ ଯୋଗ ନଦେଲେ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲି ସୂଚନା ମିଳିଛି । ଆନ୍ଦୋଳନକୁ ନେଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହିତ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ସରକାରୀ କର୍ମଚାରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ସେମାନଙ୍କୁ ଟିଏସଆରଟିସିର କର୍ମଚାରୀ ଭାବେ ଗଣାଯିବ। ଯେଉଁମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ସେମାନଙ୍କୁ ପରବର୍ତ୍ତି ସମୟରେ କାର୍ଯ୍ୟରେ ଯୋଗଦେବାକୁ ଦିଆଯିବା ନାହିଁ କିମ୍ବା କୌଣସି ସରକାରୀ ସୁବିଧା ସେମାନଙ୍କୁ ଉପଲବ୍ଧ କରାଇ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଟିଏସଆରଟିସିର କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଦିଲ୍ଲୀରୁ ଫେରିବା ପରେ ଏହି ଆନ୍ଦୋଳନକୁ ନେଇ ଟିଏସଆରଟିଏସର ଯୁଗ୍ମ ଆକ୍ସନ କମିଟି(ଜେଏସି) ସହିତ ଆଲୋଚନା କରିଛନ୍ତି । ମାତ୍ର ଟିଏସଆରଟିଏସର ୟୁନିୟନ ସହିତ ଆଉ ଆଲୋଚନା କରାଯିବ ନାହିଁ ବୋଲି ସେ କହିଛନ୍ତି । ଏପରିକି ଆଲୋଚନା ପାଇଁ ଗଠିତ କମିଟିକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ସେପଟେ ଶୁକ୍ରବାର ସକାଳେ ଗଠିତ ପ୍ୟାନେଲ ସହିତ ଆଲୋଚନା କରିବା ପରେ ବିଫଳ ହୋଇଥିଲା କମିଟି । ଫଳରେ ଜେଏସି ମୁଖ୍ୟ 50 ହଜାର ଟିଏସଆରଟିଏସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଥିଲେ । ଉକ୍ତ ପ୍ୟାନେଲରେ ପରିବହନ ମନ୍ତ୍ରୀ ପି. ଅଜୟ, ବରିଷ୍ଠ ସାଂସଦ, ସରକାରୀ ଉପଦେଷ୍ଟା ରାଜୀବ ଶର୍ମା, ମୁଖ୍ୟ ଶାସନ ସଚିବ ଏସ.କେ ଜୋଶୀ, ଡିଜିପି ମହେନ୍ଦ୍ର ରେଡ୍ଡୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମେଶ କୁମାର, ସୁନୀଲ ଶର୍ମା, ରାମକ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଜେଏସିର ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏବେ ପାର୍ବଣର ସମୟ । ଏହି ସମୟରେ ଜେଏସିର ଏହି ନିଷ୍ପତ୍ତି ଭୁଲ ବୋଲି ସେ କହିଛନ୍ତି । ଏହି ସମୟରେ ସରକାରଙ୍କ ତରଫରୁ କିଛିଟା ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଉଥିବା ବେଳେ ଏହା ଆଉ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ସରକାରଙ୍କ ତରଫରୁ ଆନ୍ଦୋଳନ ବନ୍ଦ କରିବାକୁ ସୂଚନା ଦିଆଯାଇଛି । ଯଦି ଟିଏସଆରଟିସି କର୍ମଚାରୀ କାର୍ଯ୍ୟକୁ ନ ଫେରନ୍ତି, ତେବେ ସେମାନଙ୍କୁ ବରଖାସ୍ତ କରାଯିବ ବୋଲି ସରକାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଟିଏସଆରଟିସିର ବର୍ତ୍ତମାନ 10 ହଜାର ବସ ରାଜ୍ୟରେ ଦୈନିକ ଯାତାୟତ କରୁଛି । ତେବେ ଏହି 10 ହଜାର ବସ ମଧ୍ୟରେ 21 ଶହ ବସକୁ ସରକାର ଭଡ଼ା ସୂତ୍ରରେ ଆଣି ଚଳାଉଛନ୍ତି । ତେବେ ଏହି ଆନ୍ଦୋଳନ ପରେ 5 ହଜାର କର୍ମଚାରୀ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Intro:Body:

PRABHU

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.