ETV Bharat / bharat

ରାମଲଲ୍ଲାଙ୍କ ମନ୍ଦିର ପାଇଁ ନୂତନ ଟ୍ରଷ୍ଟର ଆବଶ୍ୟକତା ନାହିଁ: ନୃତ୍ୟ ଗୋପାଳ ଦାସ

author img

By

Published : Nov 13, 2019, 10:58 PM IST

ଆଯୋଧ୍ୟାରେ ହେବାକୁ ଥିବା ରାମଲଲ୍ଲାଙ୍କ ମନ୍ଦିର ପାଇଁ କୌଣସି ନୂତନ ଟ୍ରଷ୍ଟର ଆବଶ୍ୟକତା ନାହିଁ। ଏଥିପାଇଁ ପୂର୍ବରୁ ଏକ ଟ୍ରଷ୍ଟ ରହିଛି । ଏହି ଟ୍ରଷ୍ଟ ମାଧ୍ୟମରେ ହିଁ ମନ୍ଦିର ନିର୍ମାଣ କରାଯାଉ। ଏଥିପାଇଁ କୌଣସି ନୂତନ ଟ୍ରଷ୍ଟର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ବିବାହର ଶୁଣାଣିର ନିଷ୍ପତ୍ତି ଶୁଣାଇବା ସହିତ ବିବାଦୀୟ ଜମିରେ ଏକ ଟ୍ରଷ୍ଟ ଗଠନ କରି ରାମଲଲ୍ଲାଙ୍କ ମନ୍ଦିର ନିର୍ମାଣ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ରାମ ମନ୍ଦିର ନିର୍ମାଣ ପାଇଁ ପୂର୍ବରୁ ଏକ ଟ୍ରଷ୍ଟ ରହିଛି। ସେହି ଟ୍ରଷ୍ଟ ହିଁ ସେଠାରେ ମନ୍ଦିର ନିର୍ମାଣ କରିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଟ୍ରଷ୍ଟରେ ସମସ୍ତଙ୍କୁ ସାମିଲ କରାଯାଉ ଏବଂ ମନ୍ଦିର ଗଠନରେ ସମସ୍ତେ ସହଯୋଗ କରନ୍ତୁ।

ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶନ କରିନଥିବା ନେଇ ଏକ ପ୍ରଶ୍ନରେ ସେ କହିଛନ୍ତି କି, ରାମଙ୍କ ଭକ୍ତ ସ୍ବତଃପ୍ରବୃତ୍ତ ଭାବେ ଆସିଥାନ୍ତି ।ରାମଭକ୍ତଙ୍କୁ କେହି ଡାକିନଥାନ୍ତି । ରାମଙ୍କ ପ୍ରତି ଯେଉଁମାନଙ୍କ ପ୍ରତି ଭକ୍ତି ରହିଛି, ସେମାନେ ଆସି ଦର୍ଶନ କରିପାରିବେ । ରାମ କୌଣସି ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟର ନୁହେଁ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁ ମାନେ ଆସିବାକୁ ଚାହୁଁଛନ୍ତି ଆସିପାରନ୍ତି, କାହାକୁ ଏଠାକୁ ମନା କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.