ETV Bharat / bharat

ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’, କାର୍ଯ୍ୟକ୍ରମ ଦେଖିବେ ଲକ୍ଷେ ଦଶ ହଜାର ଦର୍ଶକ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ ପାଇଁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଷ୍ଟାଡିୟମ ବା ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜାଣନ୍ତୁ ଏହି ମୋଟେରା ଷ୍ଟାଡିୟମର ବିଶେଷତ୍ବ ସମ୍ବନ୍ଧରେ...

Motera Stadium
ମୋଟେରା ଷ୍ଟାଡିୟମ
author img

By

Published : Feb 23, 2020, 3:59 PM IST

ହାଇଦ୍ରାବାଦ: ଅହମ୍ମଦାବାଦରେ ନିର୍ମିତ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟ୍ ଷ୍ଟାଡିୟମ୍ । ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ ବା ମୋଟେରା ପୁନର୍ବାର ପ୍ରସ୍ତୁତ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ ପାଇଁ ଏଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ହାଓଡି ମୋଦି କାର୍ଯ୍ୟକ୍ରମ ଢଙ୍ଗରେ ହେବ । ଫେବୃଆରୀ ୨୪ ତାରିଖରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ମୋଟେରା ଷ୍ଟାଡିୟମ

ତେବେ ଜାଣନ୍ତୁ ଏହି ମୋଟେରା ଷ୍ଟାଡିୟମର ବିଶେଷତ୍ବ ସମ୍ବନ୍ଧରେ...

ଅହମଦାବାଦର ମୋଟେରା ଅଞ୍ଚଳରେ ଥିବା ସର୍ଦ୍ଦାର ବଲ୍ଲବଭାଇ ପଟେଲ ଷ୍ଟାଡିୟମକୁ ପୁଣି ଥରେ ବିକଶିତ କରାଯାଇଛି । ଏହା ମୋଟେରା ଷ୍ଟାଡିୟମ ନାମରେ ମଧ୍ୟ ପରିଚିତ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜୁରାଟ କ୍ରିକେଟ ଆସୋସିଏସନର ସଭାପତି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ପୁନର୍ବାର ଅତ୍ୟାଧୁନିକ ସୁବିଧା ସହ ନିର୍ମାଣ କରିବା ପାଇଁ ଏହାକୁ ୨୦୧୫ ରେ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରାଯାଇଥିଲା । ନିର୍ମାଣ କାର୍ଯ୍ୟରେ ଏବେ ସୁଦ୍ଧା 100 ମିଲିୟନ ଡଲାର ଖର୍ଚ୍ଚ ହୋଇସାରିଲାଣି । ଏହି ଷ୍ଟାଡିୟମ 63 ଏକର ଜମିରେ ନିର୍ମିତ ହୋଇଛି । ଏଥିରେ 3ଟି ପ୍ରବେଶ ଦ୍ବାର ରହିଛି ।

ଷ୍ଟାଡିୟମରେ ଏକ ସ୍ବିମିଂ ପୁଲ, 4ଟି ଡ୍ରେସିଂ ରୁମ ଏବଂ 75 କର୍ପୋରେଟ ବକ୍ସ ରହିଛି । ଏହା ବ୍ୟତୀତ ଷ୍ଟାଡିୟମରେ ଅତ୍ୟାଧୁନିକ ଡ୍ରେସିଂ ରୁମ, ଫୁଡ କୋର୍ଟ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ରହିଛି । ଏହାର ମୁଖ୍ୟ ଗ୍ରାଉଣ୍ଡ ନିକଟରେ ଏକ ଛୋଟ ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ରହିଛି ।

ଷ୍ଟାଡିୟମ ପରିସରରେ 3 ହଜାରରୁ ଅଧିକ କାର ଏବଂ 10 ହଜାର ଦୁଇ ଚକିଆ ବାହନ ପାର୍କିଂ କରାଯାଇ ପାରିବ । ଷ୍ଟାଡିୟମରେ ପ୍ରାୟ 60 ହଜାର ଲୋକ ଏକା ସାଥିରେ ଯିବା ଆସିବା କରିବା ପାଇଁ ବିଶାଳ ରାମ୍ପ ପ୍ରସ୍ତୁତ କରାଯାଇଛି । ମୋଟେରା ଷ୍ଟାଡିୟମକୁ ଯିବା ପାଇଁ ମେଟ୍ରୋର ସୁବିଧା ମଧ୍ୟ ରହିଛି ।

ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ଦ୍ବାରା ନିର୍ମିତ ଏହି କ୍ରିକେଟ୍ ଷ୍ଟାଡିୟମ ଏବେ ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମ ହେବ, ଯେଉଁଥିରେ ଏକାଥରକେ ୧ ଲକ୍ଷ ୧୦ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ । ତେବେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିଏ) ଯାହା ବିଶ୍ବର ବୃହତ ଷ୍ଟାଡିୟମ ଥିଲା, ସେଠାରେ ପ୍ରାୟ ଲକ୍ଷେ ଦର୍ଶକ ମ୍ୟାଚ୍ ଦେଖିବାର କ୍ଷମତା ରହିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.