ETV Bharat / bharat

ଏକାଠି ହେଲେ ମୋଦି-ଟ୍ରମ୍ପ, ଟେନସନରେ ଚୀନ ଓ ପାକିସ୍ତାନ

author img

By

Published : Sep 22, 2019, 5:08 AM IST

ଆଜି ହ୍ୟୁଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ । ଏଥିରେ ଟ୍ରମ୍ପଙ୍କ ଯୋଗଦେବା ନେଇ ଜାଣିବା ପରେ ଟେନସନରେ ଚୀନ ଓ ପାକିସ୍ତାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଜି ହେଉଛି ସେହି ପ୍ରତିକ୍ଷିତ ଦିନ । ସାରା ବିଶ୍ବ ଦେଖିବ ଆମେରିକା-ଭାରତର ବନ୍ଧୁତ୍ବ । ହୋଷ୍ଟନରେ ପ୍ରାୟ 50 ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି । ଆଉ ମୋଦିଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ ହ୍ବାଇଟ ହାଉସ୍ ପକ୍ଷରୁ ଟ୍ରମ୍ପ ଯୋଗଦେବା ନେଇ ଘୋଷଣା ହେବା ପରେ ଭାରତର ପାରମ୍ପରିକ ଶତୃ ରାଷ୍ଟ୍ର ଚୀନ ଓ ପାକିସ୍ତାନ ଛାତିରେ ପସିଛି ଛନ୍‌କା । ମୋଦିଙ୍କ କାର୍ଯ୍ୟକ୍ରମରେ ଟ୍ରମ୍ପକୁ ଯୋଗଦାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉଭୟ ଦେଶ ।

ଟ୍ରମ୍ପକୁ ମଧ୍ୟସ୍ଥି କରି କାଶ୍ମୀର ହାତେଇବାକୁ ଚାହୁଁଥିବା ପାକ୍‌କୁ ଲାଗିଛି ଶକ୍ତ ଝଟ୍‌କା । ହ୍ବାଇଟ ହାଉସ ପକ୍ଷରୁ ଟ୍ରମ୍ପ ଯୋଗଦେବା ନେଇ ଗ୍ରୀନ ସିଗିନାଲ ମିଳିବା ପରଠାରୁ ଉଭୟ ଦେଶ ବିଳିବିଳାଉଛନ୍ତି । ଏପରିକି ଟ୍ରମ୍ପଙ୍କ ଯୋଗଦାନକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ । ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଏକ ନୂତନ ସ୍ତରକୁ ପହଞ୍ଚିଛି ବୋଲି ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାରା ବିଶ୍ବକୁ ଦେଖାଇବାକୁ ଚାହୁଁଥିବା ପାକିସ୍ତାନ ଗଣମାଧ୍ୟମ ଆଲୋଚନା କରୁଛି । କାରଣ ଇତିହାସରେ ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଅନ୍ୟଦେଶର ରାଲିରେ ଯୋଗ ଦେଉଛନ୍ତି ।

ଅନ୍ୟପଟେ ଟ୍ରମ୍ପଙ୍କ ଯୋଗଦାନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ତେବେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବ କଥା ହେଲା ଚୀନ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗି ପଡିଛି । ଦକ୍ଷିଣ-ଚୀନ ସାଗରରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାକୁ ଅଣ୍ଟା ଭିଡିଛି । ଏପରି କରି ଚୀନ ଆମେରିକା ପରି କେତେକ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛି । ଏପରିକି ଫିଲିଫାଇନ୍ସ, ଭିଏତନାମ ଭଳି କେତେକ ଦେଶକୁ ନିଜର ବୋଲି କହୁଛି ଚୀନ । କେବଳ ସେତିକି ନୁହେଁ ଦକ୍ଷିଣ-ଚୀନ ସାଗରର ଏକ ବଡ ଅଶଂକୁ ନିଜର ବୋଲି ଦାବି କରୁଛି । ଅନ୍ୟପଟେ ବାଣିଜ୍ୟ-ବ୍ୟାପାରକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଚୀନରେ ସକ୍ରିୟ ଥିବା କିଛି ଆମେରିକୀୟ କମ୍ପାନୀକୁ କାରବାର ବନ୍ଦ କରି ଅନ୍ୟ ସ୍ଥାନକୁ ଚାଲିଯିବାକୁ ଟ୍ରମ୍ପ ଅନୁରୋଧ କରିଛନ୍ତି ।

ସେପଟେ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ବଢିବାରେ ଲାଗିଛି । ଯାହାକି ଭାରତ,ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସମସ୍ତ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନା କରିବାକୁ ଚାହୁଁଛି ଭାରତ । ହେଲେ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନର ଆଭିମୁଖ୍ୟକୁ ନେଇ ଭାରତ ତାର ନୀତିକୁ ବଦଳାଇ ଦେଇଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି, ବ୍ୟାପାର ଓ ଯୁଦ୍ଧ ସର୍ବଦା ଭୁଲ୍ ହୋଇନଥାଏ । କେବଳ ବାଣିଜ୍ୟ-ବ୍ୟାପାର ଛଡା ଅନ୍ୟ କୌଣସି ପ୍ରସଙ୍ଗରେ ଚୀନରେ ସହଯୋଗ କାମନା ଧିରେ ଧିରେ କମ୍‌ ହେବାରେ ଲାଗିଛି ବୋଲି ଚୀନକୁ ଟାର୍ଗେଟ କରି ସେ କହିଛନ୍ତି । ଏପଟେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଯୋଗଦାନ ସିଧାସଳଖ ଚୀନକୁ ଚେତାଇ ଦେଉଛି କି, ଚୀନର ଆର୍ଥିକ ଓ ସୈନ୍ୟ ଶକ୍ତିକୁ ଦୁର୍ବଳ କରିବାକୁ ଏହା ଏକ ଅଭିଯାନ । ଏହି ଅଭିଯାନରେ ଏକ ଶକ୍ତିଶାଳୀ ଯୋଡି ଭାବରେ ଉଭା ହୋଇଛନ୍ତି ଦୁଇ ରାଷ୍ଟ୍ର ।

ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ପାକିସ୍ତାନକୁ ସହଯୋଗ କରି ଆସିଥିଲା ଚୀନ୍ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଯେଉଁଭଳି ଭାବେ ଚୀନ ପାକିସ୍ତାନକୁ ସହଯୋଗ କରୁଛି ତାହାର ସିଧାସଳଖ ପ୍ରଭାବ ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି । ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ସପକ୍ଷରେ ବାହାରିଥିଲା ଚୀନ । ବିଶ୍ବ ମଞ୍ଚରୁ ଭାରତ ବିରୋଧରେ ସମର୍ଥନ ଏକାଠି କରିବାରେ ଉଭୟ ଲାଗିପଡିଛନ୍ତି । କିନ୍ତୁ କେବଳ ତୁର୍କୀ ଛଡା ଅନ୍ୟ ସମସ୍ତ ରାଷ୍ଟ୍ର ଭାରତ ସପକ୍ଷରେ ବାହାରିଛନ୍ତି । ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ଦୂରେଇ ରହିଛନ୍ତି ଅନ୍ୟାନ୍ୟ ଦେଶ । ତେବେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ନିକଟରେ ଆଗଭର ହୋଇଥିଲା ଆମେରିକା । କିନ୍ତୁ ଭାରତର ରୋକଠୋକ ପରେ ଆମେରିକା ଏଥିରୁ ନିବୃତ ହୋଇଯାଇଛି । ଏପଟେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଯୋଗଦାନ ପାକିସ୍ତାନକୁ ଏହି ବାର୍ତ୍ତା ଯାଉଛି କି, କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଆମେରିକାର ସମର୍ଥନ ଆଶା ମଧ୍ୟ କରନ୍ତୁ ନାହିଁ । ପାକିସ୍ତାନ ଯେଭଳି ଭାରତ ଉପରେ ପରମାଣୁ ଯୁଦ୍ଧର ଧମକ ଦେବାରେ ଲାଗିଛି ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ପାକିସ୍ତାନର ଦାୟିତ୍ବବୋଧ ନାହିଁ ।

ସୁରେଶ ବାଫନାଙ୍କ ରିପୋର୍ଟ, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ନୂଆପାରି ବିଲୁଆ ଖାଇ ନଦୀପଠା ରୁ ମିଳିଥିବା ବହୁ ଚର୍ଚ୍ଚିତ ନିହାରିକା ପାତ୍ର ଙ୍କ ହତ୍ୟା ମାମଲା ର ପର୍ଦା ହଟାଇଛି ପୋଲିସ।ଆଜି ସନ୍ଧ୍ୟା 5,30 ରେ ଜଗତସିଂହପୁର SP ଆର ପ୍ରକାଶ ଏକ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟା ଘଟଣାର ପର୍ଦା ଫାସ କରିଥିଲେ। SP ସୂଚନା ଦେଇଥିଲେ ଯେ ଅଭିଯୁକ୍ତ କିଶୋର ଅଞ୍ଚଳ ନିହାରିକା ଙ୍କୁ ଦିର୍ଘ 5 ବର୍ଷ ହେବ ଭଲ ପାଉଥିଲା।ନିହାରିକା, କଟକ ରଜେନ୍ଦ୍ର ନଗର ରେ ଥିବା M.M.medicare ରେ ନର୍ସ ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ କିଶୋର କିଛି କରୁନଥିଲା।ଯାହାକୁ ନେଇ ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ବେଳେ ବେଳେ ଝଗଡା ଲାଗୁଥିଲା।ଏମିତି କି ଅନ୍ୟତ୍ର ବିବାହ ପାଇଁ ଅଭିଯୁକ୍ତ କିଶୋର ଏକ ମେଟ୍ରୋମୋନି ରେ ଯୋଗଯୋଗ ମଧ୍ୟ କରିଥିଲା। ଘଟଣା ଦିନ ଅର୍ଥାତ 08,09,2019 ଦିନ ଅଭିଯୁକ୍ତ କିଶୋର ନର୍ସ ନିହାରିକା କୁ ବୁଲିବାକୁ ଯିବା କହି ନେଇ ଯାଇଥିଲା। ଯୋଜନା ମୁତାବକ ଅଭିଯୁକ୍ତକିଶୋର ର ମାମୁଁ ଘର ଜଗତସିଂହପୁର ଥାନା କେନ୍ଦାଳ ଗ୍ରାମ ର ରଙ୍ଗ ମିସ୍ତ୍ରୀ ସାଙ୍ଗ ସୁନିଲ ସାହୁ ରହୁଥିବା କଟକ ଚଉଳିଆଗଞ୍ଜ ଅପର୍ଣ୍ଣା ନଗର ଭଡାଘର ଚାବି କୌଶଳ କରି ମାଗିଆଣି ପାଖରେ ରଖିଥିଲା।ଘଟଣା ଦିନ ଅଭିଯୁକ୍ତ ନିହାରିକା କୁ ସେଠା କୁ ନେଇ ତାକୁ ହତ୍ୟା ତଣ୍ଟିଚିପି ହତ୍ୟା କରିଥିଲା। ନିହାରିକ ମରିଯିବ ପରେ ଅଭିଯୁକ୍ତ କିଶୋର ଏକ ଚକଡ଼ ବସ୍ତାରେ ଡେଡ଼ବଡ଼ି କୁ ଭର୍ତ୍ତିକରି ନିଜ ନାଲି ରଙ୍ଗର Honda shine OD-21.F9051 ରେ ପଛରେ ଲଦି ତାଳଦଣ୍ଡା କେନାଲ ବନ୍ଧ ରେ ଆସିଥିଲା। ବିଳମ୍ବିତ ରାତିରେ ନିହାରିକା ଶବକୁ ନୂଆପାରି ନିକଟ ବିଲୁଆ ଖାଇ ପଠାରେ ଫୋପାଡ଼ି ଦେଈ ଚାଲିଯାଇଥିବା ପୋଲିସ ଆଗରେ ପ୍ରକାଶ କରିଛି।ଏଥିରେ ଏକାଧିକ ବେକ୍ତି ଙ୍କ ସହଯୋଗ ନଥିବା ଅଭିଯୁକ୍ତ ପୋଲିସ କୁ କହିଛି। ଅଭିଯୁକ୍ତ କିଶୋର ଓରଫ ରାଜା ନିକଟରୁ ଏକ ମଟର ସାଇକେଲ।ହେଲମେଟ ଜବତ କରାଯାଇଛି।

Body:formant AVB

Conclusion:report _susanta kumar patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.