ETV Bharat / bharat

ଅଜମେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 4 ଛାତ୍ର ମୃତ - ସଡ଼କ ଦୁର୍ଘଟଣା

ଜୟପୁର ଅଭିମୁଖେ ଯାଉଥିବା କାରଟି ଅଜମେରର ଗାନ୍ଧିନଗର ପୋଲିସ ଷ୍ଟେସନ ଅଞ୍ଚଳରେ ସାମ୍ନାରୁ ଆସୁଥିବା ଟ୍ରକ ସହ ହେଲା ଧକ୍କା । ଘଟଣାସ୍ଥଳରେ 4 ଛାତ୍ରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଅଜମେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 4 ଛାତ୍ର ମୃତ

author img

By

Published : Dec 23, 2020, 12:48 PM IST

ଜୟପୁର: ଅଜମେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର । ଫଳରେ ଘଟଣାସ୍ଥଳରେ 4 ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାମୁତାବକ, ଜୟପୁର ଅଭିମୁଖେ ଯାଉଥିବା କାରଟି ଅଜମେରର ଗାନ୍ଧିନଗର ପୋଲିସ ଷ୍ଟେସନ ଅଞ୍ଚଳ ଜାତୀୟ ରାଜପଥରେ ରାତି ପ୍ରାୟ 2ଟା ବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ପୁରା ଚୁରମାର ହୋଇଯାଇଥିଲା ଏବଂ ଏଥିରେ ଥିବା 4 ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେବେ ସମସ୍ତେ ବିଭିନ୍ନ ଜିଲ୍ଲାର ବୋଲି ଜଣା ପଡ଼ିଛି ।

ଏଥିରେ ମୃତ୍ୟୁବରଣ କରିଥିବା ଚାରିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମହୁଆର ବାସିନ୍ଦା ଋଷିକେଶ ମୀନା, ପାଲିର ସୁମେରପୁରର ବାସିନ୍ଦା ଦଲପତ ସିଂ, ଅଲୱର ବାସିନ୍ଦା ସଞ୍ଜୟ ଶର୍ମା ଏବଂ କରାଲିର ଟୋଡାଭିମ ନିବାସୀ ପୱନ ରାମ ଅଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.