ETV Bharat / bharat

TRP ଜାଲିଆତି ମାମଲାରେ ନବମ ଅଭିଯୁକ୍ତ ଗରିଫ - ଟିଆରପି ଜାଲିଆତି ମାମଲାରେ ନବମ ଅଭିଯୁକ୍ତ ଗରିଫ

ଟିଆରପି ଜାଲିଆତି ମାମଲାରେ ନବମ ଅଭିଯୁକ୍ତ ହରିଶ ପାଟିଲ ଗିରଫ । 26 ତାରିଖ ଯାଏଁ ତାଙ୍କୁ ପୋଲିସ ହେପାଜତରେ ରଖାଯିବା ନେଇ ସୂଚନା । ଅଧିକ ପଢ଼ନ୍ତୁ...

TRP FRAUD Case Ninth accused arrested
ଟିଆରପି ଜାଲିଆତି ମାମଲାରେ ନବମ ଅଭିଯୁକ୍ତ ଗରିଫ
author img

By

Published : Oct 24, 2020, 4:02 PM IST

ମୁମ୍ବାଇ: ଘନଉଛି ଟିଆରପି ଜାଲିଆତି ମାମଲା । ମୁମ୍ବାଇ ପୋଲିସ ଟିଆରପି ସ୍କାମ ଘଟଣା ସାମ୍ନାକୁ ଆଣିବା ପରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି । ମାମଲାରେ ଗିରଫ ନବମ ଅଭିଯୁକ୍ତ ହରିଶ ପାଟିଲଙ୍କ ନାଁରେ ସାତୋଟି କମ୍ପାନୀ ପଞ୍ଜିକୃତ ହୋଇଥିବା ସହ ଉକ୍ତ କମ୍ପାନୀ ମାଧ୍ୟମରେ ଗୋଟିଏ ଚ୍ୟାନେଲର ଆର୍ଥିକ କାରବାର କରାଯାଇଥିବା ସୂଚନା ମିଳିଛି । ତେବେ ଯେଉଁ ସ୍ଥାନରେ କମ୍ପାନୀ ରହିଛି ବୋଲି ଠିକଣା ଦିଆଯାଇଛି, ସେହି ସ୍ଥାନରେ କୌଣସି କମ୍ପାନୀ ନଥିବା ତଦନ୍ତରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିବାଲି ଅଞ୍ଚଳରେ ରହୁଥିବା ହରିଶ ପାଟିଲକୁ ଗୁରୁବାର ଗରିଫ କରିଥିଲା । ଟିଆରପି ଜାଲିଆତି ମାମଲାରେ ଗିରଫ ହରିଶ ହେଉଛନ୍ତି ନବମ ଅଭିଯୁକ୍ତ । ପୂର୍ବରୁ ଘଟଣାର ସଂପୃକ୍ତ 8 ଜଣକୁ ଗରିଫ କରାଯାଇଛି ।

ହରିଶ ଗୋଟିଏ ଟିଭି ଚ୍ୟାନେଲ ପାଇଁ ବିକ୍ରିତା ରୂପେ କାମ କରୁଥିଲେ । ତାଙ୍କୁ ପ୍ରଥମେ ଜଷ୍ଟିସ ଅଫ ଦ ପିସ କୋର୍ଟରୁମରେ ହାଜର କରାଯାଇଥିଲା । ଅକ୍ଟୋବର 26 ତାରିଖ ଯାଏଁ ତାଙ୍କୁ ପୋଲିସ ହେପାଜତରେ ରଖାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣାର ଅଧିକ ଯାଞ୍ଚ ପାଇଁ ଆବଶ୍ୟକ ହେଲେ ଅନ୍ୟ ଅଭିଯୁକ୍ତ ଶିବ ସୁନ୍ଦରମ ଓ ଘନଶ୍ୟାମ ସିଂହକୁ ପୁନର୍ବାର ଡକାଯିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.