ETV Bharat / bharat

ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ: ସ୍ନାତକୋତ୍ତର ଛାତ୍ରଛାତ୍ରୀ ପଢିବେ ଟ୍ରିପଲ ତଲାକ ପାଠ

ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗରେ ତିନି ତଲାକ ପାଠ୍ୟକ୍ରମକୁ ସାମିଲ କରାଯାଇଛି । ଏହି ପାଠ୍ୟକ୍ରମର ମଞ୍ଜୁରୀ ପାଇଁ ଏକ ବିସ୍ତୃତ ପ୍ଲାନ ପ୍ରସ୍ତୁତ କରି ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦକୁ ପଠାଯାଇଛି । ଏହି ପାଠ୍ୟକ୍ରମ ଅଗଷ୍ଟ ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଫାଇଲ ଫଟୋ
author img

By

Published : Jul 30, 2019, 10:28 AM IST

ଲକ୍ଷ୍ନୌ: ଆଜି ରାଜ୍ୟସଭାରେ ପାରିତ ହେବ ତିନି ତଲାକ ବିଲ । ପୂର୍ବରୁ ଜୁଲାଇ 25 ତାରିଖରେ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି । ଏହି ବିଲରେ ନିଜ ପତ୍ନୀଙ୍କୁ ତିନି ଥର ତଲାକ କହି ତତ୍କାଳ ବିବାହ ବିଚ୍ଛେଦ ଘଟାଉଥିବା ମୁସଲମାନ ବ୍ୟକ୍ତିଙ୍କୁ ବେଆଇନ ଦର୍ଶାଇ ଏଥିରେ 3 ବର୍ଷର ଜେଲଦଣ୍ଡ ଏବଂ ଜରିମାନାର ପ୍ରାବଧାନ ରହିଛି ।

ସେପଟେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗରେ ତିନି ତଲାକକୁ ନିଜ ପାଠ୍ୟକ୍ରମରେ ସାମିଲ କରିବାକୁ ଯାଉଛି । ଏହି ପାଠ୍ୟକ୍ରମର ମଞ୍ଜୁରୀ ପାଇଁ ଏକ ବିସ୍ତୃତ ପ୍ଲାନ ପ୍ରସ୍ତୁତ କରି ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦକୁ ପଠାଯାଇଛି । ଏହି ପାଠ୍ୟକ୍ରମ ଅଗଷ୍ଟ ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।

ପାଠ୍ୟକ୍ରମକୁ ପ୍ରସ୍ତୁତ କରିଥିବା ସମାଜବିଜ୍ଞାନ ବିଭାଗର ସହ ଅଧ୍ୟାପକ ପବନ କୁମାରଙ୍କ ମିଶ୍ରାଙ୍କ କହିବାନୁଯାୟୀ, ତିନି ତଲାକ ବିଷୟକୁ ପାଠ୍ୟକ୍ରମରେ ସାମିଲ କରିବା ପ୍ରସ୍ତାବକୁ ବୋର୍ଡ ଅଫ୍ ଷ୍ଟଡିଜ୍ ପାସ କରିସାରିଛି । ଫ୍ୟାକଲଟି ବୋର୍ଡରୁ ଏହା ପାସ ହେବା ପରେ ଏକ୍ସିକ୍ୟୁଟିଭ୍ କାଉନସିଲର ଅନୁମତି ମିଳିବା ବାକି ରହିଛି । ଗୋଟିଏ ସପ୍ତାହ ପରେ ଏହି ପାଠ୍ୟକ୍ରମ ୱେବସାଇଟରେ ଦୃ୍ଶ୍ୟ ହେବ । ଏହି ବିଷୟକୁ ବିକଳ୍ପ ପ୍ରଶ୍ନପତ୍ର ଭାବେ ସ୍ନାତକୋତ୍ତରରେ ସଂଯୋଗ କରାଯାଇଛି ।

ପବନ କୁମାର କହିଛନ୍ତି, ଆଇନ ଏବଂ ସମାଜ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଯାହା ସିଧାସଳଖ ସମାଜକୁ ପ୍ରଭାବିତ କରିଥାଏ । ସାମାଜିକ ବିଜ୍ଞାନ ସର୍ବଦା ନିଜ ପାଠ୍ୟକ୍ରମରେ ଏକ ନୂଆ ବିଷୟକୁ ସାମିଲ କରିଥାଏ । ତିନି ତଲାକ ସହ ଜଡିତ ପ୍ରତିଟି ପକ୍ଷକୁ ଆମେ ପାଠ୍ୟକ୍ମରେ ସାମିଲ ରଖିବୁ । ଯଦ୍ବାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ଏହାକୁ ନିଷ୍କର୍ଷତା ସହ ଆକଳନ କରିବାର କ୍ଷମତା ରହିବ । ସେ ଏହା ମଧ୍ୟ କହିଛନ୍ତି, ଏହି ବିଷୟକୁ ପାଠ୍ୟକ୍ରମରେ ସାମିଲ କରି ଆମେ କାହାର ଧର୍ମଗୁରୁକୁ ଅସନ୍ତୁଷ୍ଟ କରିବାକୁ ଚାହୁନାହୁଁ । ଏହି ବିଷୟବସ୍ତୁ ଦ୍ବାରା ଆମେ ଏମିତି ବିଦ୍ୟାର୍ଥୀଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛୁ, ଯେଉଁମାନେ ଗଭୀର ଭାବେ ଏହାକୁ ସବୁ ଦିଗରୁ ଅଧ୍ୟୟନ କରିପାରିବେ ।

ଅନ୍ୟପଟେ ତିନି ତଲାକକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଇସଲାମ ଧର୍ମଗୁରୁ ମୌଲାନା ଖାଲିଦ୍ ରସିଦ୍ ବିରୋଧ କରିଛନ୍ତି । ବିଷୟବସ୍ତୁରେ ଏଭଳି ପାଠ୍ୟକ୍ରମ ବିବାଦୀୟ ହୋଇପାରେ । ସାମାଜିକ ବିଜ୍ଞାନରେ ସବୁ ପ୍ରକାର ବିଷୟବସ୍ତୁ ସାମିଲ ହେବାର ଆବଶ୍ୟକ ରହିଛି । କିନ୍ତୁ କୌଣସି ଏକ ଧର୍ମକୁ ଯଦି ପାଠ୍ୟକ୍ରମରେ ସାମିଲ କରାଯିବ ତାହେଲେ ସମାଜରେ ବିବାଦ ସୃଷ୍ଟି କରିବ । ଏଥିସହିତ ଆଗାମୀ ପୀଢି ମଧ୍ୟ ନିଜ କର୍ତ୍ତବ୍ୟ ସମ୍ପର୍କରେ ସଠିକ୍ ଭାବେ ଅବଗତ ହୋଇପାରିବେନାହିଁ ।

ତେବେ ତିନି ତଲାକକୁ ପାଠ୍ୟକ୍ରମରେ ସାମିଲ କରାଯିବା ନିଷ୍ପତ୍ତିକୁ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ପ୍ରଥେମ ଜିଏସଟିକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିଲା । ଏବେ ଟ୍ରିପଲ ତଲାକକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ବଦଳୁଥିବା ସମାଜରେ ପାଠ୍ୟକ୍ରମରେ ପରିବର୍ତ୍ତନ କଦାପି ଭୂଲ ନୁହେଁ ବୋଲି ଛାତ୍ରଛାତ୍ରୀ ମତ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.