ETV Bharat / bharat

ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ପାସ

author img

By

Published : Jul 30, 2019, 7:00 PM IST

Updated : Jul 30, 2019, 7:47 PM IST

ରାଜ୍ୟସଭାରେ ପାରିତ ହେଲା ତିନି ତଲାକ ବିଲ୍‌ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ତିନି ତଲାକ୍‌ ଭଳି କୁପ୍ରଥାର ଅନ୍ତ ଘଟାଇଛନ୍ତି ମୋଦି ସରକାର । ତିନି ତଲାକ୍‌କୁ ଅପରାଧ ସାବ୍ୟସ୍ତ କରୁଥିବା ଐତିହାସିକ ବିଧେୟକ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । ଏହା ସହିତ ଏହି ବିଲ୍‌କୁ ଆଇନ୍‌ରେ ପରିଣତ କରିବା ପାଇଁ ମୋଦି ସରକାରଙ୍କ ରାସ୍ତା ସଫା ହୋଇଯାଇଛି । ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏହା ଆଇନ୍‌ରେ ପରିଣତ ହୋଇଯିବ ।

ତେବେ ମୁସଲିମ ମହିଳା(ବିବାହ ଅଧିକାରୀ ସଂରକ୍ଷଣ) ବିଲ୍‌ ସପକ୍ଷରେ ଉଚ୍ଚ ସଦନରେ 99 ଭୋଟ ପଡିଥିବା ବେଳେ 84 ସାଂସଦ ଏହା ବିରୋଧରେ ମତଦାନ କରିଥିଲେ । ତେବେ ସଦନରେ ବିଏସପି, ପିଡିପି, ଜେଡିୟୁ, ଏଆଇଡିଏମକେ ଏବଂ ଟିଡିପି ଭଳି ଅନେକ ଦଳ ମତଦାନରେ ଭାଗ ନେଇନଥିଲେ । ଫଳରେ ମୋଦି ସରକାରଙ୍କ ପାଇଁ ଏହାକୁ ପାରିତ କରିବାର ରାସ୍ତା ସଫା ହୋଇଯାଇଥିଲା । ସେପଟେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ଏହି ବିଲ୍‌କୁ ସମର୍ଥନ ଜଣାଇଥିଲା।

ତେବେ ଏହି ବିଲ୍‌ ଆଇନରେ ପରିଣତ ହେବାପରେ ଅପରାଧୀକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରିବ। ଏହା ପୂର୍ବରୁ ଜୁଲାଇ 26 ତାରିଖରେ ତିନି ତଲାକ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା । ମୋଦି ସରକାର ପ୍ରଥମ ଥର ଶାସନ କ୍ଷମତାକୁ ଆସିବା ପରେ ହିଁ ତିନି ତଲାକ୍‌ ବିଲ୍‌କୁ ଆଇନରେ ପରିଣତ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଗତଥର ଲୋକସଭାରେ ପାରିତ ହେବା ପରେ ବିଲ୍‌ଟି ରାଜ୍ୟସଭାରେ ଅଟକି ଯାଇଥିଲା । ଏହାପରେ ସରକାର ଏହି ବିଲ୍‌ ପାଇଁ ଅଧ୍ୟାଦେଶ ଆଣିଥିଲେ । ତେବେ ଏଥିରେ ସଂଶୋଧନ କରି ପୁଣିଥରେ ଚଳିତ ଲୋକସଭାରେ ଏହାକୁ ଆଗତ କରିଥିଲେ ମୋଦି ସରକାର ଯାହା ଏବେ ଉଭୟ ସଦନରେ ପାରିତ ହୋଇଛି ।

Intro:Body:

BLANK FOR LINK 

Conclusion:
Last Updated : Jul 30, 2019, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.