ଜୟପୁର: ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ବ ରହିଛି । ସରଳ ଓ ଶ୍ରଦ୍ଧାଭାବ ସହ ପୂଜାର୍ଚ୍ଚନା କଲେ ପ୍ରଭୁ ବିଘ୍ନବିନାଶକ ସଭିଁଙ୍କ ଦୁଃଖ ଦୂର କରିଥା'ନ୍ତି । ତନ୍ମଧ୍ୟରୁ ସାୱାଇ ମାଧୋପୁରର ରଣଥାମ୍ବୋର ଟାଇଗର ଶତାବ୍ଦୀର ମଧ୍ୟଭାଗରେ ଅବସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର ଅନ୍ୟତମ । ବହୁ ପ୍ରାଚୀନ କାଳରୁ ଏହି ମନ୍ଦିର ପ୍ରତି ଭକ୍ତଙ୍କ ପ୍ରଗାଢ ବିଶ୍ବାସ ରହିଆସିଛି । ମନ୍ଦିର ସହ ଜଡିତ ଅନେକ ପ୍ରକାରର ବିଶ୍ବାସ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ, କିନ୍ତୁ ଏହି ମନ୍ଦିରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭକ୍ତମାନେ ନିଜ ସମସ୍ୟାର ସମାଧାନ ପାଇଁ ବିଘ୍ନବିନାଶକଙ୍କୁ ଚିଠି ଲେଖିଥାନ୍ତି ।
ଜୟପୁର ଠାରୁ 150 କିମି ଦୂରରେ ସାୱାଇ ମାଧୋପୁର ଜିଲ୍ଲାର ରଣଥାମ୍ବୋର ଦୁର୍ଗ ଭିତରେ ରହିଛି ପ୍ରସିଦ୍ଧ ତ୍ରିନେତ୍ର ଗଣେଶ ମନ୍ଦିର । ଆରାବଳୀ ଏବଂ ବିନ୍ଧ୍ୟାଞ୍ଚଳ ପର୍ବତ ଘେରି ରହିଥିବା ଏହି ମନ୍ଦିର ଭୂମିଠାରୁ 1580 ଫୁଟ ଉଚ୍ଚରେ ଅବସ୍ଥିତ । ଆଉ ଏହି ତ୍ରିନେତ୍ର ଗଣେଶଙ୍କ ପରିଧି ପ୍ରାୟ 7 କିଲୋମିଟର । ଏଠାରେ ଥିବା ଭଗବାନ ଗଣେଶ ମୂର୍ତ୍ତି ଭାରତର ପ୍ରଥମ ଗଣେଶ ମୂର୍ତ୍ତି ଭାବରେ ଗ୍ରହଣ କରାଯାଇଛି । ଏହି ମନ୍ଦିର ଦେଶର ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରର ଉଲ୍ଲେଖ ରାମାୟଣ ଏବଂ ଦ୍ବାପର ଯୁଗରେ ମଧ୍ୟ ଦେଖିବାକୁ ମିଳେ ।
ଏଠାରେ ପ୍ରଭୁ ଗଣେଶଙ୍କ ପ୍ରତିମା ତାଙ୍କ ପରିବାର ସହିତ ପ୍ରତିଷ୍ଠିତ:-
ମନ୍ଦିରରେ ସ୍ଥାପିତ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିରେ 3ଟି ଆଖି ରହିଛି । ତାଙ୍କର ସାରା ପରିବାର ଉଭୟ ପତ୍ନୀ ରିଦ୍ଧି ଏବଂ ସିଦ୍ଧି, ପୁଅ ଶୁଭ ଏବଂ ଲାଭ ତାଙ୍କ ସହ ମନ୍ଦିରରେ ବିରାଜମାନ ଅଛନ୍ତି । ତେବେ ସାରା ଦେଶରେ ଭଗବାନ ଗଣେଶଙ୍କ କୌଣସି ମନ୍ଦିରରେ ତାଙ୍କ ପରିବାରର ପ୍ରତିମୂର୍ତ୍ତିକୁ ସ୍ଥାପିତ କରାଯାଇନାହିଁ ।
ପ୍ରଭୁ ଭକ୍ତଙ୍କ ସମସ୍ୟାର ସମାଧାନ କରନ୍ତି:-
ଏହି ମନ୍ଦିରକୁ ଭକ୍ତମାନେ ନିଜ ସମସ୍ୟାର ସମାଧାନ ପାଇଁ ବିଘ୍ନବିନାଶନଙ୍କୁ ଚିଠି ଲେଖନ୍ତି । ଆଉ ନିଜ ଇଚ୍ଛା ପୂରଣ କରିବାକୁ ପ୍ରାର୍ଥନା କରନ୍ତି । ଏଥିପାଇଁ ଭକ୍ତମାନଙ୍କୁ ବୈକେଡା ମନ୍ଦିରର ଠିକଣା ମଧ୍ୟ ପ୍ରଦାନ କରାଯାଇଛି । ଯାହାର ପିନକୋଡ ରହିଛି 322021, ରଣଥାମ୍ବୋର, ସାୱାଇ ମାଧୋପୁର । ଆଉ ଆଜି ବି ଏହି ମନ୍ଦିରକୁ ଜଣେ ପୋଷ୍ଟମ୍ୟାନ ଚିଠି ଦେବାକୁ ଆସୁଛି । ମନ୍ଦିରର ଉପାସକମାନେ ଗଣପତିଙ୍କ ନିମନ୍ତେ ଆସିଥିବା ଚିଠି ଓ ନିମନ୍ତ୍ରଣ ପତ୍ରକୁ ପ୍ରଭୁଙ୍କ ଚରମ ତଳେ ସମ୍ମାନର ସହିତ ସମର୍ପଣ କରିଥାନ୍ତି । ତେବେ ତ୍ରିନେତ୍ରଧାରୀ ଏହି ଗଣେଶ ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ କରିଛନ୍ତି ।
ଏହି ମନ୍ଦିରର ସବୁଠୁ ବଡ ବିୈଶିଷ୍ଟ ହେଉଛି ସାରା ଦେଶର ଭକ୍ତମାନେ ନିଜ ଘରେ ହେବାକୁ ଥିବା ସମସ୍ତ ଶୁଭ କାର୍ଯ୍ୟର ପ୍ରଥମ ନିମନ୍ତ୍ରଣ ପତ୍ର ତ୍ରିନେତ୍ର ଗଣେଶ ମନ୍ଦିରକୁ ପଠାଇଥାନ୍ତି । ଆଉ ଏଠାରେ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ବାସର ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଥାଏ ।
ମନ୍ଦିରର ନିର୍ମାଣ କରିଥିଲେ ମହାରାଜା ହମିରଦେବ:-
ଦଶମ ଶତାବ୍ଦୀରେ ରଣଥାମ୍ବୋରର ରାଜା ହମିରଦେବ ଏହି ମନ୍ଦିରର ନିର୍ମାଣ କରିଥିଲେ । କୁହାଯାଏ ଯେ, ରାଜା ହମିରଦେବ ଆଲାଉଦ୍ଦିନ ଖିଲଜୀଙ୍କ ସହ ଏକ ଭୟଙ୍କର ଯୁଦ୍ଧ ଲଢିଥିଲେ । ଏହି ଯୁଦ୍ଧ ସମୟରେ ପ୍ରଭୁ ଗଣେଶ ଦିନେ ରାଜାଙ୍କ ସ୍ବପ୍ନରେ ଆସି ରାଜାଙ୍କୁ ବିଜୟର ଆଶୀର୍ବାଦ ଦେଇଥିଲେ । ଆଉ ଭଗବାନ ଗଣେଶଙ୍କ ବରଦାନ କାରଣରୁ ରାଜା ସେହି ଯୁଦ୍ଧରେ ଖିଲଜୀଙ୍କ ହରାଇ ବିଜୟୀ ହୋଇଥିଲେ । ରାଜା ହମିର ଯୁଦ୍ଧ ଜିତିବା ପେର ଭଗବାନ ଗଣେଶଙ୍କ ମନ୍ଦିରର ରାଜା ନିଜ ଦୁର୍ଗରେ ଭଗବାନ ଗଣେଶଙ୍କ ସ୍ଥାପନା କରିଥିଲେ ।
ମନ୍ଦିର ସହିତ ଜଡିତ ଥିବା କିମ୍ବଦନ୍ତୀ:-
ପ୍ରଥମ:- କୁହାଯାଏ ଯେ ଦ୍ବାପର ଯୁଗରେ ଭଗବାନ କୃଷ୍ଣଙ୍କ ବିବାହ ରୁକ୍ମଣୀଙ୍କ ସହ ହୋଇଥିଲା । କିନ୍ତୁ ଭଗବାନ କୃଷ୍ଣ ଗଣେଶଙ୍କୁ ନିମନ୍ତ୍ରଣ କରିବା ପାଇଁ ଭୂଲିଯାଇଥିଲେ । ଯାହାକୁ ନେଇ ପ୍ରଭୁ ଗଣେଶ କ୍ଷୋଭ ପ୍ରକାଶ କରିଥିଲେ । ଏହା ପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଥିଲା । ପରେ ସେ ଗଣେଶଙ୍କ ପୂଜା କରିଥିଲେ ।
ଦ୍ବିତୀୟ:- ତ୍ରେତୟା ଯୁଗରେ ଭଗବାନ ରାମ ଲଙ୍କାରେ ପହଞ୍ଚିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରିଥିଲେ । ଆଉ ଗଣେଶଙ୍କ ଏହି ମୂର୍ତ୍ତିକୁ ସ୍ବୟଂମ୍ଭୁ ରୂପରେ ରଣଥାମ୍ବୋରରେ ପ୍ରତିଷ୍ଠା କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଅଦୃଶ୍ୟ ହୋଇଯାଇଥିଲା ।
ତୃତୀୟ:- ଏହି ମନ୍ଦିର ପାଣ୍ଡବଙ୍କ ସମୟ ପୂର୍ବର । ଯେତେବେଳେ ଭଗବାନ କୃଷ୍ଣ ବିବାହ କରିଥିଲେ ସେତେବେଳେ ସେ ଗଣେଶଙ୍କୁ ନିମନ୍ତ୍ରଣ କରିନଥିଲେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଣେଶ । ପରେ ସେ ଭଗବାନ କୃଷ୍ଣ ରଣଥାମ୍ବୋରରେ ରିଦ୍ଧି-ସିଦ୍ଧିଙ୍କ ସହ ଗଣେଶଙ୍କ ବିବାହ କରିଥିଲେ । ସେହିଦିନଠୁ ଭଗବାନ ଗଣେଶଙ୍କ ମୂର୍ତ୍ତି ଏହି ମନ୍ଦିରରେ ରିଦ୍ଧି-ସିଦ୍ଧଙ୍କ ମୂର୍ତ୍ତି ସହିତ ରହିଥାଏ ।
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଏଠାରେ ଏକ ମେଳାର ଆୟୋଜନ ହୋଇଥାଏ । ଯେଉଁଠାରେ ତ୍ରିନେତ୍ର ଗଣେଶଙ୍କ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଏଥର କୋରୋନା ମହାମାରୀ ଯୋଗୁଁ ମନ୍ଦିର 3 କିଲୋମିଟର ପୂର୍ବରୁ ରାସ୍ତା ବନ୍ଦ ହୋଇଯାଇଛି । ଯଦ୍ବାରା ଭକ୍ତମାନେ ମନ୍ଦିରରେ ପହଞ୍ଚିବାରେ ସକ୍ଷମ ନୁହନ୍ତି, ତଥାପି କୋରୋନା ମହାମାରୀରୁ ମୁକ୍ତି ପାଇବା ଆଶାରେ ତ୍ରିନେତ୍ର ଗଣେଶଙ୍କୁ ଚିଠି ଲେଖୁଛନ୍ତି ଭକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ