ETV Bharat / bharat

୨୩ ବର୍ଷରେ ତୃଣମୂଳ କଂଗ୍ରେସ: ଗୈରିକ ଝଡରେ ବ୍ୟତିବ୍ୟସ୍ତ ମମତାଙ୍କ ପାର୍ଟି

23 ବର୍ଷରେ ପଦାର୍ପଣ କରିଛି ତୃଣମୂଳ କଂଗ୍ରେସ । ଦୀର୍ଘ 23 ବର୍ଷ ଯାତ୍ରାରେ ଦଳ ଅନେକ ଉତଥାନ ପତାନ ଦେଖିଛି । ବିଜେପି ହାୱାରେ ଏବେ ଧୀରେ ଧୀରେ କରି ଅନେକ ନେତା, ମନ୍ତ୍ରୀ, ବିଧାୟକ ଟିଏମସି ଛାଡୁଛନ୍ତି । ଅଧିକ ପଢନ୍ତୁ...

୨୩ ବର୍ଷରେ ତୃଣମୂଳ କଂଗ୍ରେସ
୨୩ ବର୍ଷରେ ତୃଣମୂଳ କଂଗ୍ରେସ
author img

By

Published : Jan 2, 2021, 11:16 AM IST

କୋଲକାତା: ନୂଆବର୍ଷରେ ତୃଣମୂଳ କଂଗ୍ରେସକୁ ୨୩ ବର୍ଷ ପୂରିଛି । ପ୍ରତିଷ୍ଠା ଦିବସ ପାର୍ଟି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ମମତାଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଅନ୍ୟତମ ଶୁଭେନ୍ଦୁ ଅଧିକାରୀ ଡିସେମ୍ବର ୧୯ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ନୂଆବର୍ଷରେ ତାଙ୍କ ଭାଇ କାନ୍ଥି ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସୌମେନ୍ଦୁ ଅଧିକାରୀ ପଦ୍ମ ଧରିଛନ୍ତି । ଅଧିକାରୀ ପରିବାରର ଆଉ ଦୁଇ ଜଣ ସଦସ୍ୟ – ଶୁଭେନ୍ଦୁଙ୍କ ଆଉ ଜଣେ ଭାଇ ଦିବ୍ୟେନ୍ଦୁ ଓ ବାପା ଶିଶିର ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତୃଣମୂଳ କଂଗ୍ରେସରେ ଅନେକ ନେତା ଗୈରିକ ପାର୍ଟି ମୁହାଁ ହୋଇଥିବା ବେଳେ ମମତା ବାନାର୍ଜୀ ନିଜ ଦଳର ୨୩ ବର୍ଷର ଯାତ୍ରା ସମ୍ପର୍କରେ ଟ୍ବିଟ କରିଛନ୍ତି । ମମତା କହିଛନ୍ତି ଯେ, ୧୯୯୮ ମସିହା ଜାନୁଆରୀ ପହିଲାରେ ତୃଣମୂଳ କଂଗ୍ରେସର ଯାତ୍ରା ଆରମ୍ଭ ହୋଇଥିଲା । ବର୍ଷ ବର୍ଷ ଧରି ଦଳ ବେଶ୍ ସଂଘର୍ଷ କରିଆସିଛି । କିନ୍ତୁ ଏହି ସମୟ ମଧ୍ୟରେ ଆମେ ଲୋକଙ୍କ ସ୍ବାର୍ଥ ହାସଲ ଲକ୍ଷ୍ୟରେ ସଫଳ ହୋଇଛୁ ବୋଲି ମମତା ଟ୍ବିଟ କରିଛନ୍ତି । ଟିଏମସି ପ୍ରତିଷ୍ଠା ଦିବସରେ ମା, ମାଟି , ମାନୁଷଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ମମତା । ଦଳର ସମସ୍ତ କର୍ମୀ ବଙ୍ଗଳାକୁ ଦୃଢ ଓ ଉନ୍ନତ ଭାବେ ଗଢି ତୋଳିବାକୁ ପ୍ରତ୍ୟେକ ଦିନ ସଂଘର୍ଷ ଜାରି ରଖିଛନ୍ତି । ଆଗାମୀ ସମୟରେ ମଧ୍ୟ ତୃଣମୂଳ ପରିବାର ଏହି ସଂଘର୍ଷ ଜାରି ରଖିବା ବୋଲି ସେ ଟ୍ବିଟ କରିଥିଲେ ।

ଦଳର ପ୍ରତିଷ୍ଠା ଦିବସରେ ମମତା ବାନାର୍ଜୀଙ୍କ ପାଇଁ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ସେ ନିଜେ ଗଠନ କରିଥିବା ଦଳରେ କେତେ ନେତା ତାଙ୍କ ସହ ରହିବେ ଓ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର କେତେ କ୍ଷତି ହେବ ?

ରାଜନୈତିକ ପର୍ଯ୍ୟବେକ୍ଷକମାନେ କହନ୍ତି ଯେ, ମମତା ଆହୁରି ଖରାପ ଦିନ ଦେଖିଛନ୍ତି । ଲୋକସଭାରେ ଦଳର ଏକମାତ୍ର ସଦସ୍ୟରୁ ପଶ୍ଚିମବଙ୍ଗରେ ୪୨ରୁ ୩୪ ଆସନ ହାତେଇଛନ୍ତି ମମତା । କିନ୍ତୁ ରାଜ୍ୟରେ ବିଜେପି ଗତ ଏକ ବର୍ଷ ମଧ୍ୟରେ ସମୀକରଣ ଓଲଟପାଲଟ କରିଦେଇଛି । ଦିନେ ରାଜ୍ୟରେ ବିଜେପିର କୌଣସି ପ୍ରଭାବ ନ ଥିଲା । ଏବେ କିନ୍ତୁ ଦଳ ହାତରେ ରାଜ୍ୟର ୧୮ଟି ଲୋକସଭା ଆସନ ରହିଛି । ପଶ୍ଚିମବଙ୍ଗର ରାଜନୈତିକ ଗଣିତରେ ବିଜେପିର କିଛି ସ୍ଥିତି ନ ଥିଲା । କିନ୍ତୁ ଆଜି ବିଜେପି ବାମ ସାମ୍ମୁଖ୍ୟ ଓ କଂଗ୍ରେସକୁ ହଟାଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇପାରିଛି । ମମତା ବାନାର୍ଜୀଙ୍କ ପାଇଁ ବିଜେପି ଏବେ ବଡ ଆହ୍ବାନ ଭାବେ ଉଭା ହୋଇଛି ବିଜେପି ।

ମମତା ବାନାର୍ଜୀଙ୍କ ବିପକ୍ଷରେ ଏକ ଚେହେରାର ଅଭାବ ହିଁ ବିଜେପିକୁ ବ୍ୟତିବସ୍ତ କରୁଛି । ଅମିତ ଶାହା କହିସାରିଛନ୍ତି ଯେ, ରାଜ୍ୟ ବାହାରୁ କାହାରିକୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବ ନାହିଁ । ସେହି ପ୍ରାର୍ଥୀ ରାଜ୍ୟ ଭିତରୁ ହିଁ ହେବେ ବୋଲି ସେ ନିକଟରେ କହିଛନ୍ତି । କିନ୍ତୁ ଦଳ ପାଖରେ ବର୍ତ୍ତମାନ ସେହି ପ୍ରାର୍ଥୀ କିଏ ,ତାହା ଦିଶୁନାହାଁନ୍ତି ,ଯିଏ କି ମମତା ବାନାର୍ଜୀଙ୍କ ସମକକ୍ଷ ହୋଇପାରିବେ । ୨୦୦୬ରେ ମମତା ବାନାର୍ଜୀଙ୍କ ଦଳ ବିଧାନସଭା ନିର୍ବାଚନରେ ମାତ୍ର ୩୦ ଆସନ ହିଁ ଜିତିଥିଲା । କିନ୍ତୁ ୨୦୧୬ ନିର୍ବାଚନରେ ତୃଣମୂଳ ୨୧୧ ଆସନ ଜିତିଥିଲା । ରାଜ୍ୟରେ ବାମ ସାମ୍ମୁଖ୍ୟର ୩୪ ବର୍ଷର ଶାସନ ଶେଷ କରିଥିବା ମମତା ବାନାର୍ଜୀଙ୍କ ଭଳି ମାସ ଲିଡର ବର୍ତ୍ତମାନ ବିଜେପିର ନାହାଁନ୍ତି ।

ପ୍ରତିଷ୍ଠା ଦିବସରେ ଟିଏମସି ନିଜର ୨୩ ବର୍ଷର ସଂଘର୍ଷ ଓ ସଫଳତାର କଥା ଓ ଦଳ ପ୍ରତି ଲୋକଙ୍କ ଆସ୍ଥା ବଖାଣୁଥିବା ବେଳେ ଜଣେ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଏକ ସଭାରେ ଆଗାମୀ ନିର୍ବାଚନରେ ବିଜେପିର ବିଜୟ ହେବ ବୋଲି ଦୃଢ ଭାବେ କହିଛନ୍ତି । ଏକ ନୂଆ ସରକାର ଗଠନ ହେବ ଓ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ସୋନାର ବାଙ୍ଗଲା ସ୍ବପ୍ନ ସାକାର ହେବ ବୋଲି ଶୁଭେନ୍ଦୁ କହିଛନ୍ତି ।

ପ୍ରତିଷ୍ଠା ଦିବସରେ ସିଙ୍ଗୁରରେ ତୃଣମୂଳ କଂଗ୍ରେସର ଅର୍ନ୍ତକନ୍ଦଳ ପଦାରେ ପଡିଛି । ଚାରି ଥରର ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଜି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ହରିପାଲ ବିଧାୟକ ବେଚାରାମ ମାନ୍ନା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନେଇଥିଲେ । ସିଙ୍ଗୁର ଓ ନନ୍ଦିଗ୍ରାମ ମମତା ବାନାର୍ଜୀ ନାମକ ମୁଦ୍ରାର ଦୁଇଟି ପାର୍ଶ୍ବର ଭଳି କାମ କରିଥିଲା । ଆଜି କିନ୍ତୁ ଏହି ଦୁଇ ଅଞ୍ଚଳ ତୃଣମୂଳ କଂଗ୍ରେସ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.