କୋଲକାତା: ବିବାହ ପରେ ପ୍ରଥମ ଥର ତୃଣମୂଳ କଂଗ୍ରେସ ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ କୋଲକାତାର ଦୁର୍ଗାପୂଜାରେ ପହଞ୍ଚିଛନ୍ତି । ନୁସରତଙ୍କ ସହ ତାଙ୍କ ପତି ନିଖିଲ ଜୈନ ମଧ୍ୟ ଉପସ୍ଥିତ ରହିଛନ୍ତି । ନୁସରତ କୋଲକାତାର ସୁରୁଚୀ ଦୁର୍ଗା ମଣ୍ଡପରେ ପହଞ୍ଚି ପତିଙ୍କ ସହ ମା'ଙ୍କୁ ଦର୍ଶନ କରିଛନ୍ତି ।
ଦୁର୍ଗା ପଣ୍ଡାଲରେ ନୁସରତ ଭାରତୀୟ ପରିଧାନରେ ନଜର ଆସିଛନ୍ତି । ଉଭୟ ନୁସରତ ଓ ନିଖିଲ ମଣ୍ଡପରେ 'ଢାକ'(ଢୋଲ) ବଜାଉଥିବା ଦେଖିବାକୁ ମିଳିଛି ।
ଜୁନ 21ରେ ନୁସରତ ନିଖିଲଙ୍କୁ ବିବାହ କରିଥିଲେ । ନୁସରତ ଓ ନିଖିଲଙ୍କ ବିବାହ ହିନ୍ଦୁ ରୀତି ସହ ଖ୍ରୀଷ୍ଟିଆନ ପରମ୍ପରାରେ ହୋଇଥିଲା । ବିବାହ ପରେ ନୁସରତ କୋଲକାତାରେ ଗ୍ରାଣ୍ଡ ପାର୍ଟି ମଧ୍ୟ ଦେଇଥିଲେ ।