ନୂଆଦିଲ୍ଲୀ: ଶେଷ ହେବ କି ପ୍ରତୀକ୍ଷାର ଅନ୍ତ । 8 ବର୍ଷର ସଂର୍ଘଷ ପରେ ମିଳିବ କି ନ୍ୟାୟ ? ତୃତୀୟ ଥର ନିର୍ଭୟା ଦୋଷୀଙ୍କ ପାଇଁ ମାର୍ଚ୍ଚ 20ରେ ଜାରି ଡେଥ୍ ୱାରେଣ୍ଟ । ସେପଟେ, ଜେଲ ବି ପ୍ରସ୍ତୁତ ଜଲ୍ଲାଦ ବି ତୟାର । ତିହାର ଜେଲରେ ଜଲ୍ଲାଦ ପୱନ ପହଞ୍ଚି ଆଜି ଡମି ଫାଶୀ ଅଭ୍ୟାସ କରିସାରିଛି । ଆଉ 4 ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇଛି ।
ମାର୍ଚ୍ଚ 20 ଭୋର 5ଟା 30ରେ ଫାଶୀ ଖୁଣ୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର 4 ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ହୋଇଛି । ସେହି ମୁତାବକ ଆଜି ସେମାନଙ୍କର ପୁତ୍ତଳିକା ସାହାଯ୍ୟରେ ଫାଶୀରେ ଝୁଲାଯାଇଛି । ଦୋଷୀଙ୍କ ଓଜନର ଦେଢ଼ଗୁଣା ଓଜନର ପୁତ୍ତଳିକାକୁ ଫାଶୀରେ ଝୁଲାଯିବ, ରଶି, ପଟା ଓ ଲିଭର ଆଦିର ପରୀକ୍ଷା କରିଛନ୍ତି ଜଲ୍ଲାଦ ପୱନ ।
ଫାଶୀକୁ ଟାଳିବା ବହୁ ଚେଷ୍ଟା ଜାରି ରହିଛି । ନିର୍ଭୟା ଦୋଷୀ ଅକ୍ଷୟ ସିଂଙ୍କ ପତ୍ନୀ ବିହାରର ଔରଙ୍ଗାବାଦର ସ୍ଥାନୀୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଆବେଦନରେ ଅକ୍ଷୟଙ୍କ ପତ୍ନୀ କହିଛନ୍ତି ଯେ ସେ ବିଧବା ଭାବରେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଏହାପୂର୍ବରୁ ଅକ୍ଷୟଙ୍କ ସମେତ ପୱନ ଏବଂ ବିନୟ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ନିକଟରେ ପହଞ୍ଚିଥିଲେ । ଏଭଳି ପରିସ୍ଥିତିରେ ଫାଶୀ ଟାଳିବା ଚେଷ୍ଟା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ