ETV Bharat / bharat

ଋଷ ଗ୍ରାଣ୍ଡ ମିଲିଟାରୀ ପରେଡରେ ଭାଗ ନେବେ ତ୍ରି-ସେବା କଣ୍ଟିଜେଣ୍ଟ - ଭାରତୀୟ ସଶସ୍ତ୍ର ବାହିନୀର ତ୍ରି-ସେବା କଣ୍ଟିଜେଣ୍ଟ

ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ ରୁଷ 75 ବର୍ଷ ବିଜୟ ଦିବସ କାର୍ଯ୍ୟକ୍ରମରେ ଭାଗ ନେବେ ଭାରତୀୟ ସଶସ୍ତ୍ର ବାହିନୀର ଏକ ତ୍ରି-ସେବା କଣ୍ଟିଜେଣ୍ଟ । ଶୁକ୍ରବାର ଠାରୁ ମସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛନ୍ତି ।

ଭାରତୀୟ ସଶସ୍ତ୍ର ବାହିନୀର ତ୍ରି-ସେବା କଣ୍ଟିଜେଣ୍ଟ

author img

By

Published : Jun 20, 2020, 12:40 PM IST

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀର ଏକ ତ୍ରି-ସେବା କଣ୍ଟିଜେଣ୍ଟ ଶୁକ୍ରବାର ଦିନ ମସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦ୍ବିତୀୟ ବିଶ୍ୱଯୁଦ୍ଧରେ ରୁଷିଆ ବିଜୟର 75 ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଜୁନ୍ 24 ରେ ରେଡ ସ୍କୋୟାରରେ ସାମରିକ ପରେଡରେ ଭାଗ ନେବେ । ତିନୋଟି ସଶସ୍ତ୍ର ବାହିନୀର 75 ଜଣ କର୍ମଚାରୀ ମୋସ୍କ ବାହାରିଛନ୍ତି । ରୁଷିଆ ବିଜୟ ଦିବସରେ ସମସ୍ତେ ପରେଡରେ ଭାଗ ନେବେ । ଏବଂ ମହାମାରୀ କୋଭିଡ ମୁକାବିଲାରେ ସେନା ନିଜକୁ ଆହୁରି ସଶକ୍ତ କରିବେ ବୋଲି ଟ୍ବିଟ କରି ପ୍ରତିରକ୍ଷା ମନ୍ତ୍ରଣାଳୟର ପକ୍ଷରୁ କୁହାଯାଇଛି ।

ତ୍ରି-ସେବା କଣ୍ଟିଜେଣ୍ଟ କର୍ଣ୍ଣେଲ-ରାଙ୍କ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏହି ତିନୋଟି ସେବାରୁ ସମସ୍ତ ପଦବୀରେ 75 ଜଣ କର୍ମଚାରୀ ରହିବେ । ରୁଷିଆର ଟାସ ଅନୁଯାୟୀ, କୋରୋନା ଭାଇରସ ମହାମାରୀ କାରଣରୁ ମେ’ 9ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ ରୁଷର 75 ତମ ବିଜୟୀ ଦିବସରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଚୀନର ସମସ୍ତ ବରିଷ୍ଠ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ବାତିଲ କରିବେ ବୋଲି ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.