ETV Bharat / bharat

ଶରଜିଲକୁ ନେଇ ଗଣମାଧ୍ୟମ ପ୍ରତିିନିଧି-ସୁରକ୍ଷାକର୍ମୀ ହାତାହାତି - ଶରଜିଲ ଇମାମ

ବିବାଦୀୟ ଭାଷଣ ଦେଇ ଗିରଫ ହୋଇଛି ଜେଏନୟୁ ଛାତ୍ର ଶରଜିଲ ଇମାମ। ସେ ଗିରଫ ହେବା ପରେ ବୁଧବାର ପାଟନାରୁ ତାକୁ ଦିଲ୍ଲୀ ଅଣାଯାଇଛି। ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସୁରକ୍ଷାକର୍ମୀଙ୍କ ହାତାହାତି ହୋଇଛି।

ଗଣମାଧ୍ୟମ ପ୍ରତିିନିଧି ଓ ସୁରକ୍ଷାକର୍ମୀଙ୍କ ହାତାହାତି

author img

By

Published : Jan 29, 2020, 10:25 AM IST

ପାଟନା: ବିବାଦୀୟ ଭାଷଣ ଦେଇ ଗିରଫ ହୋଇଥିବା ଛାତ୍ର ନେତା ଶରଜିଲ ଇମାମକୁ ନୂଆଦିଲ୍ଲୀ ଅଣାଯାଉଛି। ତାକୁ ପାଟନାରୁ ନୂଆଦିଲ୍ଲୀ ନିଆଯାଉଥିବାବେଳେ, ସ୍ଥାନୀୟ ଜୟପ୍ରକାଶ ନାରାୟଣ ବିମାନବନ୍ଦରରେ ମୁହାଁମୁହିଁ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି ଓ ସୁରକ୍ଷାକର୍ମୀ। ଏପରିକି ହାତାହାତି ପରିସ୍ଥିତି ଉପୁଜିବାରୁ 3 ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଜଣେ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି।

ଗତ ମଙ୍ଗଳବାର, ବିହାର ଜାହାନାବାଦ ଜିଲ୍ଲାର କାକୋ ଥାନା ଅଞ୍ଚଳରୁ ଶରଜିଲ ଇମାମକୁ ଗିରଫ କରିଥିଲା ପୋଲିସ। ବିହାର ପୋଲିସ ସହାୟତାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ଶରଜିଲକୁ ଗିରଫ କରିବାରେ ସଫଳ ହୋଇଥିଲା। ବୁଧବାର ତାକୁ ଦିଲ୍ଲୀ ନେବା ବେଳେ ଖବର ସଂଗ୍ରହ କରିବାକୁ କିଛି ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ ପାଟନା ବିମାନ ବନ୍ଦରରେ ପହଞ୍ଚିଥିଲେ।

ଗଣମାଧ୍ୟମ ପ୍ରତିିନିଧି ଓ ସୁରକ୍ଷାକର୍ମୀଙ୍କ ହାତାହାତି

ଅନ୍ୟପଟେ, ଖବର ସଂଗ୍ରହ କରିବାକୁ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲା।

ଶରଜିଲର ଗିରଫ ହେବାର 15 ଘଣ୍ଟା ପର୍ଯ୍ୟନ୍ତ ତାକୁ କଡା ସୁରକ୍ଷା ବଳୟରେ ଜେଲରେ ରଖାଯାଇଥିଲା । ଏପରିକି ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ମଧ୍ୟ ନେଇଥିଲା ପୋଲିସ। ବୁଧବାର ତାକୁ ଦିଲ୍ଲୀ ଅଣାଯିବା ପରେ ଜାମିୟାମିଲିୟା ହିଂସା ଘଟଣାରେ ତା’ର ଭୂମିକାକୁ ନେଇ ଯାଞ୍ଚ କରାଯିବ।

ଦିଲ୍ଲୀ ଶାହିନ୍‌ବାଗରେ ନାଗରିକତା ସଂଶୋଧିନ ଆଇନ(ସିଏଏ), ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର ଶରଜିଲକୁ ବିବାଦୀୟ ବୟାନ ପାଇଁ ଗିରଫ କରାଯାଇଛି । ଯାହାକୁ ନେଇ 6ଟି ରାଜ୍ୟ ପୋଲିସ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା।

(@ANI)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.