ନୂଆଦିଲ୍ଲୀ: ଆଫଗାନିସ୍ଥାନ, ଫିଲିପାଇନ୍ସ ଓ ମାଲେସିଆର ଯାତ୍ରୀଙ୍କୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିବାକୁ ବାରଣ କରାଯାଇଛି । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିଭଳି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ 18 ରୁ ୟୁରୋପୀୟ ୟୁନିଅନ, ତୁର୍କୀ ଏବଂ ବ୍ରିଟେନର ଯାତ୍ରୀଙ୍କ ଭାରତ ଯାତ୍ରା ନିଷେଧ ରହିବ। ଯାହା 31 ମାର୍ଚ୍ଚ ଯାଏଁ ବଳବତ୍ତ ରହିବ । ପରେ ଏହାର ପୁନଃ ସମୀକ୍ଷା କରାଯିବା ନେଇ ସୂଚନା ମିଳିଛି ।
ଅନ୍ୟପଟେ ୟୁଏଇ, କାତାର, ଓମାନ ଏବଂ କୁଏତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ 14 ଦିନର ବାଧ୍ୟତାମୂଳକ କ୍ୟାଣ୍ଟିନ ଲଗାଯାଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ 114 ଟି କୋବିଡ-19 ମାମଲା ପ୍ରମାଣିତ ହୋଇଛି ଯେଉଁଥିରେ 13 ଜଣ ଆରୋଗ୍ୟ ହୋଇଛନ୍ତି ଏବଂ 3ଟି ମୃତ୍ୟୁ ଘଟିଛି।
@ANI