ETV Bharat / bharat

ରାହୁଲଙ୍କ ଦୁଃଖ ବୁଝିପାରିଲେନି ଅନୁବାଦକ - video viral

ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାହୁଲଙ୍କ ଭିଡିଓ। ରାହୁଲ ପ୍ରାୟ ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗକୁ ନେଇ ଟ୍ରୋଲ ହେଉଥିବାବେଳେ ଏବେ ସେ ନିଜ ଅନୁବାଦକଙ୍କ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି।

ଫାଇଲ ଫଟୋ
author img

By

Published : Apr 17, 2019, 4:30 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ ହେବା ରାହୁଲଙ୍କ ପାଇଁ କିଛି ବଡ କଥା ନୁହେଁ । ତେବେ ନିକଟରେ ମଧ୍ୟ ଏମିତି କିଛି କରି ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ଅଧକ୍ଷ୍ୟ। ଏଥର ନିଜ ଅନୁବାଦକଙ୍କ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • Rahul Gandhi's baseless allegations are not only difficult to comprehend, but also hard to translate.

    Watch this gold mine of a video to find out. pic.twitter.com/G3SpN5dwqJ

    — Chowkidar Piyush Goyal (@PiyushGoyal) April 16, 2019 " class="align-text-top noRightClick twitterSection" data=" ">

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ରାହୁଲ ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର କେରଳରେ ପହଞ୍ଚିଥିଲେ। ସେଠାରେ ସେ ଇଂରାଜୀରେ ଅଭିଭାଷଣ ଦେଉଥିଲେ। ତାହାକୁ ଅନୁବାଦ କରିବା ପାଇଁ ରାହୁଲଙ୍କର ଜଣେ ଅନୁବାଦକ ମଧ୍ୟ ଉପସ୍ଥିତ ଥିଲେ ।

ଏହାପରେ ରାହୁଲ ଆରମ୍ଭ କରିଥିଲେ ନିଜ ଅଭିଭାଷଣ । ସେ ଇଂରାଜୀରେ କହିଥିଲେ ‘ମୋଦି ଲୋକଙ୍କୁ କହୁଛନ୍ତି ମୋତେ ପ୍ରଧାନମନ୍ତ୍ରୀ ନୁହେଁ ଚୌକିଦାର କରନ୍ତୁ‘ । କିନ୍ତୁ ଏହି କଥାକୁ ରାହୁଲଙ୍କ ଅନୁବାଦକ ବୁଝିପାରି ନଥିଲେ । ଏହାଦେଖି ରାହୁଲ ନିଜେ ମଧ୍ୟ ନିଜ ହସକୁ ରୋକି ପାରିନଥିଲେ। ପରେ ରାହୁଲ ପୁର୍ନବାର ତାଙ୍କୁ ଏହା ବୁଝାଇଥିଲେ।

ଏହି ଘଟଣାର କିଛି ସମୟ ପରେ ହିଁ ରାହୁଲ କହିଥିଲେ ‘ମୋଦି ଦେଶର ଜନତାଙ୍କୁ ଠାରୁ ଭୋଟ ପାଇ ଜନତାଙ୍କ ବଦଳରେ ଅନିଲ ଅମ୍ବାନୀଙ୍କ ଚୌକିଦାର ହୋଇ ରହିଛନ୍ତି ।’ ଏହି କଥାକୁ ମଧ୍ୟ ରାହୁଲଙ୍କ ଅନୁବାଦକ ବୁଝିପାରି ନଥିଲେ। ରାହୁଲ ପୁନର୍ବାର ଏହା ତାଙ୍କ ନିକଟକୁ ଯାଇ ବୁଝାଇଥିଲେ।

କେବଳ ଏତିକିରେ ସରିନଥିଲା ଅନୁବାଦକ ଏବଂ ରାହୁଲଙ୍କ ଏହି କଥୋପକଥନ। ଏହାପରେ ରାହୁଲ ମୋଦିଙ୍କୁ ଟାର୍ଗେଟ କରିବା ବନ୍ଦ କରିନଥିଲେ। ସେ କହିଥିଲେ ଅନିଲ ଅମ୍ବାନୀ କେବେ ଏୟାରକ୍ରାଫ୍ଟ ନିର୍ମାଣ କରିନାହାଁନ୍ତି । କିନ୍ତୁ ଏହି ଉକ୍ତି ମଧ୍ୟ ରାହୁଲଙ୍କ ଅନୁବାଦକଙ୍କ ମୁଣ୍ଡରେ ପଶିନଥିଲା। ସେ ଏନେଇ ରାହୁଲଙ୍କ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ।'

ଆଉ ଏହାପରେ ରାହୁଲଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଥିଲା । ଏନେଇ ଲୋକ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଏହି ଭିଡିଓକୁ ଦେଖିବା ପରେ ଲୋକେ କହିଥିଲେ, ରାହୁଲ ହେଉଛନ୍ତି ବେଷ୍ଟ କମେଡିଆନ୍। ତାଙ୍କ ଆଗରେ କମେଡି କିଙ୍ଗ୍ କପିଲ ମଧ୍ୟ ଫେଲ୍ ମାରିବେ।

ଏଠାରେ ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ରାହୁଲ ଅନେକ ଥର ନିଜର ଭାଷଣକୁ ନେଇ ଟ୍ରୋଲର ଶିକାର ହୋଇଥାଆନ୍ତି ।

Intro:Body:

dsfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.