ଭୁବନେଶ୍ବର: କେବଳ ଭୁବନେଶ୍ବର ନୁହେଁ, ବରଂ ପୁରା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛନ୍ତି ରାଣୀ କିନ୍ନର । ଏକ ମଲ୍ଟିନାସନାଲ ଟ୍ରାନସପୋର୍ଟ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ରାଣୀ କିନ୍ନର । ତେବେ ଉକ୍ତ କମ୍ପାନୀ ତରଫରୁ ରାଣୀଙ୍କୁ 5 ଷ୍ଟାର ରେଟିଂ ଦିଆଯାଇଛି । ତେବେ ଏହି ରେଟିଂ ପାଇବାରେ ରାଣୀ ସମଗ୍ର ଭାରତରେ ପ୍ରଥମ । ଯେଉଁଥି ପାଇଁ ସେ ଆଜି ସମଗ୍ର ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ପାଲଟି ଯାଇଛନ୍ତି ।
ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଯେତେବେଳେ ସେ ଅଟୋ ନେଇ ବାହାରକୁ ବାହାରୁଥିଲେ, ସେତେବେଳେ ତାଙ୍କ ଅଟୋରେ ବସିବା ପାଇଁ ଯାତ୍ରୀମାନେ କୁଣ୍ଠାବୋଧ କରୁଥିଲେ ।
ରାଜ୍ୟରେ ଜଣେ କିନ୍ନର ପାଇଁ ଅନେକ ବାଧାବିଘ୍ନ, ସାମାଜିକ ପ୍ରତିବନ୍ଧ, ଲୋକଙ୍କ ଦୃଷ୍ଟିଭଙ୍ଗୀ ଉନ୍ନତିରେ ଅନେକ ବାଧା ସୃଷ୍ଟି କରିଥାଏ । ମାତ୍ର ଏସବୁକୁ ଭ୍ରୁକ୍ଷେପ ନ କରି ରାଣୀ ଦୃଢ ମନୋବଳ ଓ ନିଷ୍ଠାର ସହିତ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇଥିଲେ । ପରବର୍ତ୍ତି ସମୟରେ ସେ ଏକ ମଲ୍ଟିନ୍ୟାସନାଲ ଟ୍ରାନସପୋର୍ଟ କମ୍ପାନୀରେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ । ତେବେ ଉକ୍ତ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ବିଭିନ୍ନ ସ୍ତରରେ ଅନେକ ସମର୍ଥନ ମଧ୍ୟ ମିଳିଥିଲା । ଏପରିକି ତାଙ୍କୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ମଧ୍ୟ ତାଙ୍କୁ ଜରୁରୀକାଳୀନ ସେବାରେ ମଧ୍ୟ ସେ ନିଜକୁ ସାମିଲ କରିଥିଲେ ।
ଏନେଇ ରାଣୀ କୁହନ୍ତି, 2016 ମସିହାରୁ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଛନ୍ତି । ଅଟୋ ଡ୍ରାଇଭର ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା । ଯେତେବେଳେ ସେ ଅଟୋ ନେଇ ବାହାରକୁ ବାହାରୁଥିଲେ, ସେତେବେଳେ ତାଙ୍କ ଅଟୋରେ ବସିବା ପାଇଁ ଯାତ୍ରୀମାନେ କୁଣ୍ଠାବୋଧ କରୁଥିଲେ ବୋଲି ସେ କହିଛନ୍ତି । ଲୋକମାନଙ୍କର ଏହି ବ୍ୟବହାର ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିନଥିଲା । ପରବର୍ତ୍ତି ସମୟରେ କାର୍ଯ୍ୟକୁ ଦେଖି ତାଙ୍କୁ ରଥଯାତ୍ରା ସମୟରେ ତାଙ୍କୁ ଜରୁରୀକାଳୀନ ସେବା(ଆମ୍ବୁଲାନସ ଡ୍ରାଇଭର)ରେ ନିଯୁକ୍ତି କରାଯାଇଥିଲା ।
ତେବେ ଉକ୍ତ ମଲ୍ଟିନେସନାଲ କମ୍ପାନୀ ପକ୍ଷରୁ ରାଣୀଙ୍କୁ ଏହି 5 ଷ୍ଟାର ରେଟିଂ ଦିଆଯିବା ସହିତ ଅନ୍ୟ ମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ବୋଲି କୁହାଯାଇଛି । ଅନ୍ୟ ଡ୍ରାଇଭରମାନେ ମଧ୍ୟ ରାଣୀଙ୍କୁ ଅନୁକରଣ କରନ୍ତୁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ଅନ୍ୟ ଜଣେ କିନ୍ନର ସ୍ନେହାଶ୍ରୀ କହିଛନ୍ତି କି, ମୁଁ ମଧ୍ୟ ରାଣୀ ମାଡାମଙ୍କୁ ଅନୁକରଣ କରେ । ତାଙ୍କର କାର୍ଯ୍ୟଶୈଳୀ ଓ ଜୀବନଶୈଳୀ ମୋତେ ବେଶ ପ୍ରଭାବିତ କରିଛି । ମୁଁ ମଧ୍ୟ ତାଙ୍କ ଭଳି ଜଣେ ଡ୍ରାଇଭର ହେବାକୁ ପସନ୍ଦ କରିବି ବୋଲି ସେ କହିଥିଲେ ।