ETV Bharat / bharat

କାରଗିଲ ବିଜୟ ଦିବସ: ରେଳବାଇ ପକ୍ଷରୁ ନିଆରା ଢଙ୍ଗରେ ସଲାମ

author img

By

Published : Jul 16, 2019, 7:12 PM IST

ଜୁଲାଇ 26 ତାରିଖ କାର୍ଗିଲ ବିଜୟ ଦିବସ । ଚଳିତ ବର୍ଷ ଏହାକୁ 20 ବର୍ଷ ପୁରୁଛି । ଏହି ଅବସରରେ ଭାରତୀୟ ରେଳବାଇ ପକ୍ଷରୁ ବିଭାଗ ପ୍ରାୟ 10ଟି ଟ୍ରେନରେ କାର୍ଗିଲ ବିଜୟ ଦିବସର ପୋଷ୍ଟର ଲଗାଇ ତାହାକୁ ସମଗ୍ର ଦେଶରେ ଭ୍ରମଣ କରାଇବାର କାର୍ଯ୍ୟକ୍ରମ ରହିଛି । ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡୀ ସବୁଜ ପତାକା ଦେଖାଇ କାଶୀ ବିଶ୍ବନାଥ ଏକ୍ସପ୍ରେସରୁ ଏହାର ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଜୁଲାଇ 26 ତାରିଖ କାର୍ଗିଲ ବିଜୟ ଦିବସ । ଚଳିତ ବର୍ଷ ଏହାକୁ 20 ବର୍ଷ ପୁରୁଛି । ଏହି ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କୁ ସ୍ମରଣ କରୁଛି ସମଗ୍ର ଦେଶ । ତେବେ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଏହି ମର୍ମରେ ରେଳବାଇ ପକ୍ଷରୁ 10ଟି ଟ୍ରେନରେ କାରଗିଲ ବିଜୟ ଦିବସର ପୋଷ୍ଟର ଲଗାଇ ତାକୁ ସମଗ୍ର ଦେଶକୁ ଭ୍ରମଣ କରାଇବା ଲକ୍ଷ୍ୟ ଆରମ୍ଭ କରିଛି । ଏଭଳି ପୋଷ୍ଟ ଲାଗିଥିବା କାଶୀ ବିଶ୍ବନାଥ ଏକ୍ସପ୍ରେସକୁ ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗଡୀ ନୂଆଦିଲ୍ଲୀ ଷ୍ଟେସନରେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ସେନା ଏବଂ ନୌସେନାର ବରିଷ୍ଠ ଅଧିକାରୀ ମଧ୍ୟ ଉକ୍ତ ଟ୍ରେନକୁ ସ୍ବାଗତ କରିଛନ୍ତି । ଭାରତୀୟ ରେଳ ବିଭାଗ ଏପରି 10ଟି ଟ୍ରେନରେ କାରଗିଲ ପୋଷ୍ଟର ଲଗାଇବା ସହ ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଯବାନଙ୍କ ପାଇଁ ବାର୍ତ୍ତ ଲେଖି ପଠାଇଛି ।

କାଶୀ ବିଶ୍ବନାଥ ଏକ୍ସପ୍ରେସ, ଗୋଣ୍ଡୱାନା ଏକ୍ସପ୍ରେସ, ଗୋଆ ସମ୍ପର୍କ କ୍ରାନ୍ତି, ବ୍ରହ୍ମପୁତ୍ର ମେଲ, ସୀମାଞ୍ଚଳ ଏକ୍ସପ୍ରେସ, ଶାଲିମାର ଏକ୍ସପ୍ରେସ, ସ୍ବରାଜ ଏକ୍ସପ୍ରେସ, ନାନ୍ଦେଡ ଅମ୍ବ ଅନ୍ଦୌରା ଏକ୍ସପ୍ରେସ, ଅମୃତସର କୋଚୁବେଲୀ ଏକ୍ସପ୍ରେସ ଏବଂ ନିଜାମୁଦ୍ଦିନ-ପୁନେ ଏସି ସୁପରଫାଷ୍ଟ ଏକ୍ସପ୍ରେସ ଭଳି ଏକ୍ସପ୍ରେସରେ। ଯେ ଆସନ୍ତା କିଛି ଦିନ ମଧ୍ୟରେ ସମସ୍ତ ଟ୍ରେନରେ ଏପରି ପୋଷ୍ଟର ଲଗାଯିବ ।

ଆଜକୁ 20 ବର୍ଷ ପୂର୍ବେ କାର୍ଗିଲରେ ପାକିସ୍ତାନୀ ସେନା ଛଦ୍ମ ବେଶରେ ଅନୁପ୍ରବେଶ କରିଥିଲେ । ଭାରତୀୟ ସେନା 2 ମାସ ଯୁଦ୍ଧ କରିବା ପରେ ପାକିସ୍ତାନ ସେନାଙ୍କୁ ରଣଭୂମିରେ ମାତ୍ ଦେବାରେ ସଫଳ ହେବା ସହ ଏହାକୁ ଶତ୍ରୁ କବଳରୁ ମୁକ୍ତ କରିଥିଲେ । 1999 ମସିହା ଜୁଲାଇ 26 ତାରିଖରେ କାର୍ଗିଲରେ ବିଜୟ ବାନା ଉଡାଇଥିଲା ଭାରତ । ପାକିସ୍ତାନ ବିରୋଧରେ ହୋଇଥିବା ଏହି ଯୁଦ୍ଧରେ 500ରୁ ଊର୍ଦ୍ଧ୍ବ ସେନା ଯବାନ ପ୍ରାଣବଳି ଦେଇଥିଲା ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.