ଶିମଲା: ହିମାଚଳ ପ୍ରଦେଶର ଲାହୌଲ ଘାଟିରେ ସ୍ନୋ ଫେଷ୍ଟିଭାଲ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୋଶାଲ ଗାଁ ୟୁଥ କ୍ଲବର ସଦସ୍ୟ ସ୍କିଇଙ୍ଗ ପ୍ରଶିକ୍ଷଣ ସିବିର ଆୟୋଜିତ କରିଥିଲା । ତେବେ ଏହି ପ୍ରଶିକ୍ଷଣର ଉଦ୍ଯାପନୀ ଦିବସରେ ମନ୍ତ୍ରୀ ରାମଲାଲ ମାରକଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଫେଷ୍ଟିଭାଲର ଉଦ୍ଦେଶ୍ୟ ହେଲା ଆଦିବାସୀ ସଂସ୍କୃତିକୁ ଏକ ମଞ୍ଚ ପ୍ରଦାନ କରିବା ଓ ପାରମ୍ପରିକ ଖେଳର ପ୍ରସାର କରିବା । ତେବେ ଏହି ଫେଷ୍ଟିଭାଲର ସମସ୍ତ କାର୍ଯ୍ୟକ୍ରମର ଭିଡିଓ ରେକଡିଂ କରାଯାଇଛି । ଏହାକୁ ଆଧାର କରି ଏକ ପୁସ୍ତକ ମଧ୍ୟ ଉନ୍ମୋଚନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଫେଷ୍ଟିଭାଲରେ ବରଫରେ ଅନେକ କଳାକୃତି ଦେଖିବାକୁ ମିଳିଥିଲା । ଯାହା ଅତ୍ୟନ୍ତ ଚିତାକର୍ଷକ ଥିଲା । ଏଥିସହ ଅନେକ ପାରମ୍ପିରକ ଖେଳର ଆୟୋଜନ ମଧ୍ୟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ