ETV Bharat / bharat

ପାହାଡ ଭ୍ରମଣ ସହ 'ଓ୍ବାର୍କ ଫ୍ରମ ହିଲ୍ସ'ର ମଜା ନେଉଛନ୍ତି ପର୍ଯ୍ୟଟକ - କୁଲୁରେ ବିଳାସପୂର୍ଣ୍ଣ ଭ୍ରମଣ

କୋରୋନା ଲକଡାଉନ ସମୟରେ ଜାରି କଟକଣା କୋହଳ ପରେ କୁଲୁରେ ଧିରେ ଧିରେ ଦେଖାଦେଉଛି ପର୍ଯ୍ୟଟକଙ୍କ ଭିଡ। ପାହାଡ ସୌନ୍ଦର୍ଯ୍ୟରେ ମଗ୍ନ ହୋଇ ନିଜର କ୍ଲାନ୍ତ ଦୂର କରୁଛନ୍ତି ପର୍ଯ୍ୟଟକ। ଅଧିକ ପଢନ୍ତୁ...

କୁଲୁରେ ବିଳାସପୂର୍ଣ୍ଣ ଭ୍ରମଣ ସହ 'ଓ୍ବାର୍କ ଫ୍ରମ ହିଲ୍ସ'ର ମଜା ନେଉଛନ୍ତି ପର୍ଯ୍ୟଟକ

author img

By

Published : Oct 14, 2020, 9:11 PM IST

ଶିମଲା: ପର୍ବତନଗରୀ ହିମାଚଳ ପ୍ରଦେଶ କୁଲୁରେ ପୁଣି ଟ୍ରାକକୁ ଫେରିଛି ପର୍ଯ୍ୟଟନ ବ୍ୟବସାୟ। ପର୍ଯ୍ୟଟକମାନେ ଏବେ ପୁଣି ସୌନ୍ଦର୍ଯ୍ୟରେ ଭରପୁର କୁଲୁ ଆଡକୁ ମୁହାଁଉଛନ୍ତି। ତେବେ ଲକଡାଉନ ସମୟରେ ଅଧିକାଂଶ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରହିଥିବାବେଳେ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏବେ ସୁଧୁରିବାରେ ଲାଗିଛି ସମସ୍ତ ବ୍ୟବସ୍ଥା ।

ବର୍ତ୍ତମାନ ପର୍ଯ୍ୟଟକ ପାହାଡି ଅଞ୍ଚଳରେ ଛୁଟି କାଟିବାରେ ବ୍ୟସ୍ତ ଥିବାବେଳେ ଉକ୍ତ ସ୍ଥାନରେ ରହି ସମ୍ପୂର୍ଣ୍ଣ ପ୍ରକୃତିକୁ ଉପଭୋଗ କରିବା ସହ 'ଓ୍ବାର୍କ ଫ୍ରମ ହିଲ୍ସ' କୁ ବେଶ ଉପଭୋଗ କରୁଛନ୍ତି ।

ପର୍ଯ୍ୟଟକମାନେ ଉନ୍ନତ ଟେଲିକମ ସିଷ୍ଟମ, ୱାଇ-ଫାଇ ସୁବିଧା ଏବଂ ପରିମଳ କୋଠରୀ ସହିତ ଆରାମଦାୟକ ରୁମ ଥିବା ହୋଟେଲ ଖୋଜୁଛନ୍ତି। ପାର୍ବତ୍ୟାଞ୍ଚଳକୁ ଉପଭୋଗ କରିବା ବ୍ୟତୀତ ଅଫିସ କାର୍ଯ୍ୟକୁ ମଧ୍ୟ ଆରାମଦାୟକ ପରିବେଶ ମଧ୍ୟରେ ପରିଚାଳନା କରୁଛନ୍ତି ।

ତିର୍ଥନ ଉପତ୍ୟକାର ଅନେକ ଗେଷ୍ଟହାଉସରେ ବିଭିନ୍ନ ରାଜ୍ୟରୁ 20 ରୁ 30 ଜଣ ପର୍ଯ୍ୟଟକ ରୁମ ବୁକ କରିଛନ୍ତି । ଏହି ବୁକିଂ ଗୁଡ଼ିକ ପ୍ରାୟ 6 ରୁ 7 ମାସ ପୂର୍ବରୁ କରାଯାଇଛି। ଆଲାମ ହେଉଛି କୁଲୁର ତୀର୍ଥନ ଉପତ୍ୟକାର ଅନ୍ୟତମ ପର୍ଯ୍ୟଟନ ସ୍ଥାନ ଯାହା ବର୍ତ୍ତମାନ କିଛି ସମୟ ହେବ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି।

ପର୍ଯ୍ୟଟନ କ୍ଷେତ୍ରରେ ନିୟୋଜିତ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପର୍ଯ୍ୟଟକଙ୍କ ଆଗମନ ସହିତ ସେମାନଙ୍କୁ ପୁଣିଥରେ 2 ପଇସା ମିଳୁଛି। ଆଉ ସେମାନଙ୍କ ଜୀବନ ଧାରା ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ତେବେ ଚଳିତ ମାସରେ ଅତ୍ୟଧିକ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିବା ସମ୍ଭାବନା ରହିଛି ।

ଯଦିଓ ଉପତ୍ୟକାରେ ଥିବା ପର୍ଯ୍ୟଟନ ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବେ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ବହୁ ସମୟ ଲାଗିବ, ତଥାପି ଭ୍ରମଣକାରୀଙ୍କ ପାଇଁ ରାଜ୍ୟ ସୀମା ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ଲୋକମାନଙ୍କୁ ବହୁ ଖୁସି ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.