ସିମଲା: ହିମାଚଳ ପ୍ରଦେଶରେ 2 ସାମ୍ବାଦିକ କୋରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ରିପୋର୍ଟ ଅନୁସାରେ ବୁଧବାର ରାଜ୍ୟରେ 2ଟି ନୂଆ ମାମଲା ସାମନାକୁ ଆସିଛି । 2 ଜଣ ପଜିଟିଭ ସାମ୍ବାଦିକ ଥିବା ସୂଚନା ରହିଛି ।
ଏମାନେ ପଞ୍ଜାବ ଯାତ୍ରା କରି ଏପ୍ରିଲ 10ରେ ହିମାଚଳ ପ୍ରଦେଶ ଫେରିଥିଲେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସେମାନଙ୍କ ରିପୋର୍ଟ ବୁଧବାର ପଜିଟିଭ ଆସିଥିବା ଜଣାପଡିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 35 ଛୁଇଁଛି ।
ଏମାନଙ୍କ ମଧ୍ୟରୁ 13 ଜଣ ସୁସ୍ଥ ହୋଇଛନ୍ତି । ଆଉ ଜଣକର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ନିକଟରେ ହିମାଚଳ ପ୍ରଦେଶରେ 100 ଘଣ୍ଟା ଧରି କୌଣସି କୋରୋନା ଆକ୍ରାନ୍ତ ବାହାରି ନଥିବାବେଳେ ଗତ 3 ଦିନ ଭିତରେ ପୁଣି ପଜିଟିଭ ମାମଲା ସାମନାକୁ ଆସିଛି ।
ସୌଜନ୍ୟ @ANI