ନୂଆଦିଲ୍ଲୀ: ଦେଶରେ ଶୀତର ଲହରି ଆରମ୍ଭ ହୋଇଯାଇଛି । ତେବେ ଏହି ସମୟରେ କୋରୋନା ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବ୍ୟାପିବାର ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ଏଥିଲାଗି ଦେଶରେ ଦିନକୁ ପ୍ରାୟ 10ଲକ୍ଷ ଉର୍ଦ୍ଧ୍ବ ନମୁନା ଟେଷ୍ଟ କରାଯାଉଛି ।
ତେବେ 19 ନଭେମ୍ବରରେ 10,83,397 ନମୁନା ଟେଷ୍ଟ ହୋଇଛି । ତେବେ 19 ନଭେମ୍ବର ସୁଦ୍ଧା ସର୍ବମୋଟ 12,95, 91,786 ଟେଷ୍ଟ ହୋଇଥିବା ଆଇସିଏମଆର ସୂଚନା ଦେଇଛି ।
ତେବେ 18 ନଭେମ୍ବରରେ 10,28,203 ଟେଷ୍ଟ ହୋଇଥିବାବେଳେ ଏବେ ଟେଷ୍ଟ ସଂଖ୍ୟା ବଢାଇ ଦିଆଯାଇଛି ।