ETV Bharat / bharat

ରବିବାର ସୁଦ୍ଧା ଦେଶରେ ହୋଇଛି 1 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR - ministry of health

ବଢୁଥିବା ସଂକ୍ରମଣକୁ ନଜରରେ ରଖି କୋରୋନା ଟେଷ୍ଟ ମଧ୍ୟ ବହୁ ମାତ୍ରାରେ କରାଯାଉଛି । 24 ଘଣ୍ଟାରେ 180596ଟି ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

ରବିବାର ସୁଦ୍ଧା ଦେଶରେ 9969662ଟି କୋରୋନା ଟେଷ୍ଟ କରାଯାଇଛି

author img

By

Published : Jul 6, 2020, 12:30 PM IST

Updated : Jul 6, 2020, 2:04 PM IST

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । 7 ଲକ୍ଷ ଅଭିମୁଖେ ସଂକ୍ରମଣ ସଂଖ୍ୟା । ଦେଶରେ ଲକଡାଉନ ସତ୍ତ୍ବେ ବୃଦ୍ଧି ପାଉଥିବା ମାମଲାକୁ ଦେଖିଲେ ଲାଗୁଛି ଯେପରି ସମସ୍ତ କଟକଣା ଓ ବ୍ୟବସ୍ଥା ଏଠି ଫେଲ ମାରୁଛି ।

ଏହି ସମୟ ଭିତରେ କୋରୋନା ଟେଷ୍ଟରେ ମଧ୍ୟ ବୃଦ୍ଧି କରାଯାଇଛି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 80 ହଜାର 596ଟି ନମୁନା ପରୀକ୍ଷା କରାଯାଇଛି । ପ୍ରତ୍ୟେକ ଦିନ ଦେଶରେ ଥିବା ପଞ୍ଜିକୃତ ଲ୍ୟାବରେ ଏହି ପରୀକ୍ଷା କରାଯାଉଛି । ଯାହାକୁ ମିଶାଇ 5 ଜୁଲାଇ ରବିବାର ସୁଦ୍ଧା 1 କୋଟି ପାର କରିଛି କୋରୋନା ନମୁନା ପରୀକ୍ଷା କରାଯାଇଛି । ଏପରି କରିବା କ୍ଷେତ୍ରରେ ଭାରତ 5ମ ଦେଶ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)।

ଖାଲି ସେତିକି ନୁହେଁ କୋରୋନା କୁ ହରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ବାର୍ତ୍ତା ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଦିଆଯାଉଛି । ଏହା ସତ୍ତ୍ବେ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି ।

ତେବେ ସୋମବାର ସୁଦ୍ଧା ଭାରତରେ ମୋଟ 6 ଲକ୍ଷ 97 ହଜାର 413ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 4 ଲକ୍ଷ 24 ହଜାର 433 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 53 ହଜାର 287ଟି ମାମଲା ସକ୍ରିୟ ରହିଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ ମୋଟ 9 ହଜାର 693 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟମନ୍ତ୍ରାଳୟ ।

Last Updated : Jul 6, 2020, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.